Home Coronavirus Outbreak ପୁଣି ଲକଡାଉନ- ରାଉରକେଲା, ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁରରେ ସଂପୂର୍ଣ୍ଣ ଲକଡାଉନ

ପୁଣି ଲକଡାଉନ- ରାଉରକେଲା, ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁରରେ ସଂପୂର୍ଣ୍ଣ ଲକଡାଉନ

183

ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ) : ଆସନ୍ତାକାଲି ରାତି ୯ଟାରୁ ୩୧ ଜୁଲାଇ ତାରିଖ ମଧ୍ୟରାତ୍ର ଯାଏ ରାଉରକେଲା ମହାନଗର ସମେତ ୪ ଜିଲ୍ଲା-ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁରରେ ସଂପୂର୍ଣ୍ଣ ଲକଡାଉନ କରାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପୁଣି ଏପରି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସଂକ୍ରମଣ ବଢ଼ୁଥିବାବେଳେ ୪ଟି ଜିଲ୍ଲା ଓ ଗୋଟିଏ ମୁନିସିପାଲିଟିକୁ ୧୪ଦିନ ଲାଗି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ତେବେ ଲକଡାଉନ ସମୟରେ କ’ଣ ସବୁ ନିୟମ ମାନିବାକୁ ପଡ଼ିବ ଜାଣନ୍ତୁ-
– ଏହି ଲକ୍‌ଡାଉନ୍‌ ସମୟରେ ଜନସାଧାରଙ୍କ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।
– ଦୋକାନବଜାର, ଅଫିସ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ବି ବନ୍ଦ ରହିବ।
– କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଫିସଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ।
– ସେହିପରି ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିବ।
– କେବଳ ପୁଲିସ, ଅଗ୍ନିଶମ, ବିପର୍ଯ୍ୟୟ ପରିଚାଳନା, ଜଳଯୋଗାଣ, ପରିମଳ, ବିଦ୍ୟୁତ ସରବରାହ ଓ ଅନ୍ୟ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କାର୍ଯ୍ୟାଳୟ ଚାଲୁ ରହିବ ଓ ଏଥିସହ ଜଡ଼ିତ କର୍ମଚାରୀ ଯାତାୟତ କରିପାରିବେ।
– ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ, ଔଷଧ ଦୋକାନ ଖୋଲା ରହିବ।
– ରନ୍ଧନ ଗ୍ୟାସ ଯୋଗାଣ ଓ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ।
– ଅନ୍ୟପକ୍ଷରେ ତେଜରାତି ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ, ମାଛ-ମାଂସ ଦୋକାନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।
– ସାମଗ୍ରୀର ହୋମ୍‌ଡେଲିଭରିକୁ ଅନୁମତି ମିଳିବ।
– ମାଲବାହୀ ଗାଡ଼ିର ପରିବହନକୁ ଅନୁମତି।
– ରାସ୍ତପାର୍ଶ୍ୱରେ ଟ୍ରକ୍‌ ଚାଳକଙ୍କ ପାଇଁ ଢ଼ାବା ଓ ହୋଟେଲ ଖୋଲା ରହିବ। କିନ୍ତୁ ଏହି ଢ଼ାବା ହୋଟେଲରେ ଲୋକେ ବସି ଖାଇ ପାରିବେ ନାହିଁ, କେବଳ ପାର୍ସଲରେ ଖାଦ୍ୟ ନେଇ ପାରିବେ।
– ମୁଦ୍ରିତ ଓ ଇଲେକଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀ ପାସ୍‌ ଦେଖାଇ ଯାତାୟତ କରି ପାରିବେ।
– ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନ୍‌କୁ ଯିବା ଆସିବା ଲାଗି ଓଲା ଓ ଉବର ଓ ଅନ୍ୟପରିବହନକୁ ଅନୁମତି ମିଳିଛି।
-ଲକଡାଉନ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
– ଲକଡାଉନ ଲାଗୁ ହୋଇଥିବା ୪ ଜିଲ୍ଲାରେ ପ୍ରବେଶ ଉପରେ କଟକଣା ରହିବ।
– ଲକଡାଉନ ବେଳେ ଭୁବନେଶ୍ୱର ଓ କଟକ ସହର ମଧ୍ୟକୁ ବିନା କାରଣରେ କେହି ପ୍ରବେଶ କରିପାରିବେନି।
– ଜିଲ୍ଲାପାଳମାନେ ଚାହିଁଲେ ନିଜସ୍ୱ କଟକଣା ମଧ୍ୟ ଜାରି କରିପାରିବେ
– ଆଇଟି, ଅର୍ଥନୀତିକ ଗତିବିଧି ଓ ଶିଳ୍ପାଂଚଳରେ ଆବଶ୍ୟକ ଗତିବିଧି ଚାଲୁ ରହିବ।
– ଶିଳ୍ପ ପ୍ରତିଷ୍ଠାନ, କାରଖାନା, ନିର୍ମାଣ ଗତିବିଧିକୁ ଅନୁମତି।
– ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ବିବାହ ଓ ଅନ୍ତେଷ୍ଟି କାର୍ଯ୍ୟ ଲକଡାଉନ୍‌ରେ ହୋଇପାରିବ।
-କୃଷି, ଉଦ୍ୟାନକୃଷି, ମତ୍ସ୍ୟଚାଷ, ପଶୁପାଳନ ଆଦି କାର୍ଯ୍ୟ ପାଇଁ ଅନୁମତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.