Home ଜିଲ୍ଲା ପରିକ୍ରମା ୧୭ ଲକ୍ଷ ମୂଲ୍ୟର ୧୧୮ ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

୧୭ ଲକ୍ଷ ମୂଲ୍ୟର ୧୧୮ ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

14

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତି ପ୍ରାୟ ୨.୩୦ ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ଏମ୍‌ଭି ଚେକିଂ ହେଉଥିବା ସମୟରେ ଅନ୍ତରା ମାର୍କେଟ୍‌ରୁ ରମ୍ଭିଳା ଦିଗକୁ ଯାଉଥିବା ଜଣେ ବାଇକ୍ ଆରୋହୀଙ୍କୁ ପୁଲିସ୍ ସନ୍ଦେହରେ ଅଟକ ରଖି ତା ନିକଟରୁ ୧୧୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି । ଏ ସଂପର୍କରେ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏସ୍‌ଡିପିଓ ସୌରଭ ଓତ୍ତା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଭଦ୍ରକ ଜିଲା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ ଚରମ୍ପା ସ୍ଥିତ ରମ୍ଭିଳା ଛକ ନିକଟରେ ପୁଲିସ୍ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ସେହି ସମୟରେ ବାଲେଶ୍ୱର ଆଡୁ ଦୁଇଜଣ ଯୁବକ ଏକ ବାଇକ୍ ଯୋଗେ ଭଦ୍ରକ ଆସୁଥିଲେ । ପୁଲିସ୍ ସେମାନଙ୍କୁ ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲା । ପୁଲିସ୍ ତଲାସି କରୁଥିବା ସମୟରେ ଜଣେ ଯୁବକ ବାଇକ୍ ନେଇ ଫେରାର ହୋଇଯାଇଥିଲା । ଅନ୍ୟ ଜଣେ ବଗମରା ଗ୍ରାମର ସ୍ୱର୍ଗତଃ ଚଗୁଲୁ ମଲ୍ଲିକଙ୍କ ପୁତ୍ର ଚନ୍ଦନ (୨୫) କୁ ୟାମା ଏମ୍‌ଟି-୧୫ ମୋଟର ସାଇକେଲ୍ ଯୋଗେ ଏହି ବ୍ରାଉନସୁଗାରକୁ ଆଣୁଥିବାବେଳେ ରମ୍ଭିଳା କେନାଲ ଛକ ନିକଟରେ ପୁଲିସ୍‌କୁ ଦେଖି ପଳାୟନ ସମୟରେ ପଡିଯାଇଥିଲା । ପରେ ପୁଲିସ୍ ତା ନିକଟରୁ ଉକ୍ତ ବ୍ରାଉନସୁଗାର ସହ ଏକ ମୋବାଇଲ ଜବତ କରିଥିଲା । ଆଜି ଗ୍ରାମାଞ୍ଚଳ ଥାନାରେ କେଶ୍ ନଂ ୪୭୮/୨୩, ଦଫା- ୨୧ (ବି), ୨୯ ଏନଡିପିଏସ୍ ଆକ୍ଟ ମୂଳେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.