ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରକ୍ତଦାନ ଏକ ମହତ ଦାନ। ରକ୍ତ ଦାନ ବିନିମୟରେ ଗୋଟିଏ ଜୀବନ ରକ୍ଷା କରାଯାଇପାରେ। ଏହାକୁ ଆଖି ଆଗରେ ରଖି ଭଦ୍ରକ ଇନର ହୁଇଲ୍ କ୍ଲବ୍, ଚରମ୍ପା ସ୍ଥିତ ଅବନ୍ତିକା କଲେଜ ଏବଂ ଆଇଟିଆଇ ଚରମ୍ପାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଦୀପାବଳି ଅବସରରେ ଆୟୋଜିତ ହୋଇଯାଇଛି। ଭଦ୍ରକ ବ୍ଲଡ୍ ବ୍ୟାଙ୍କର ଡ. ବିମଳା ମିଶ୍ର ଏବଂ ତାଙ୍କର ପାଂଚଜଣିଆ ସହଯୋଗୀମାନଙ୍କର ପ୍ରତ୍ୟକ୍ଷ ସହଯୋଗରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ଭଦ୍ରକ ଇନର ହୁଇଲ୍ କ୍ଲବ୍ର ସଭାପତି ପ୍ରଣତି ମଲ୍ଲିକ ଓ ଅବନ୍ତିକା କଲେଜର ଉଦ୍ୟୋକ୍ତା ଇଂ ଅବନ୍ତୀ ମଲ୍ଲିକଙ୍କ ମିଳିତ ପରିଚାଳନାରେ ଶିବିରଟି ସଫଳ ଭାବେ ରୂପାୟିତ ହୋଇଥିଲା। ଅବନ୍ତିକା କଲେଜର ଅଧ୍ୟକ୍ଷା ଅରୁନ୍ଧତୀ ମହାନ୍ତି, ଅଧ୍ୟାପକ ଶୁଭେନ୍ଦୁ କୁମାର ମହାନ୍ତି ଓ ଜିତେନ୍ଦ୍ର ବିଶ୍ୱାଳ ଏବଂ ଇନର ହୁଇଲ୍ ମହିଳା କ୍ଲବ୍ର ସଦସ୍ୟା ଝରଣା ପଟନାୟକ, ସୁରଜିତା ମହାପାତ୍ର, ପ୍ରଭାତୀ ଜେନା, ବୀଣାପାଣି ପଣ୍ଡା, ସ୍ନେହଲତା ବେହେରା, ଅଞ୍ଜୁବାଳା ରାଉତ, ଅନିମା ନାୟକ, ରଶ୍ମିତା ଦାଶ, ସଂଘମିତ୍ରା ବଳ ଓ ସ୍ମିତା ମହାନ୍ତି ପ୍ରମୁଖ ସହଯୋଗ କରିବା ସହ ରକ୍ତଦାନ ମଧ୍ୟ କରିଥେôଲ। ଉକ୍ତ ରକ୍ତଦାନ ଶିବିରର ସର୍ବାଧିକ ସଂଖ୍ୟାରେ ମହିଳାମାନେ ରକ୍ତଦାନ କରିଥିଲେ।








