Home ଜିଲ୍ଲା ପରିକ୍ରମା ତାଲିକାଭୁକ୍ତ ଓକିଲମାନଙ୍କୁ ତାଲିମ୍ ପ୍ରଦାନ

ତାଲିକାଭୁକ୍ତ ଓକିଲମାନଙ୍କୁ ତାଲିମ୍ ପ୍ରଦାନ

14

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା କୋର୍ଟ ପରିସର ନଳାଙ୍ଗ, ଭଦ୍ରକରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ତାଲିକା ଭୁକ୍ତ ଓକିଲ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ନାୟକଙ୍କ ଅଧ୍ୟକ୍ଷତାରେ ୬ଟି ପର୍ଯ୍ୟାୟରେ ତାଲିମ୍ ପ୍ରଦାନ କରାଯାଇଥିଲା । ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ନେହା ଅଗ୍ରୱାଲ ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି (ପୋକ୍‌ସୋ) । ଭଦ୍ରକ ମୁକ୍ତି ରଞ୍ଜନ ଶତପଥୀ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧୀକାରୀ ଓ ସହକାରୀ ଦୌରାଜଜ୍‌, ଭଦ୍ରକ । ସଙ୍ଗୀତା ପାଣି, ଅତିରିକ୍ତ ଦେୱାନୀ ବିଚାରପତି ଏବଂ ପ୍ରଥମଶ୍ରେଣୀ ବିଭାଗୀୟ ଦଣ୍ଡାଧିକାରୀ (ଏଲ୍‌.ଆର), ଭଦ୍ରକ । ପ୍ରଜ୍ଞା ପାରମିତା ମହାନ୍ତି ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ନେହା ଅଗ୍ରୱାଲ, ପର୍ଶୁରାମ ଦ୍ୱିବେଦୀ, ବରିଷ୍ଠ ଆଇନ୍‌ଜୀବି, ଭଦ୍ରକ, ଶ୍ରୀ ଚନ୍ଦ୍ରଶେଖର ସାହୁ, ଆଇନ୍‌ଜୀବି, ଭଦ୍ରକ ଏହି କାର୍ଯ୍ୟକ୍ରମରେ ତାଲିକାଭୁକ୍ତ ଓକିଲମାନଙ୍କୁ ବିଭିନ୍ନ ବିଷୟରେ ବିଶଦ ଭାବରେ ଆଲୋଚନା କରି ତାଲିମ୍‌ପ୍ରଦାନ କରିଥିଲେ । ସଂପତ୍ତି ସଂପର୍କିତ ଆଇନ୍‌, ପ୍ରମାଣ ବା ଚିହ୍ନଟ କରିବା ପାଇଁ ତଥା ସଂପକ୍‌ର୍ିତ୍‌୍ ଅ୍‌ାଇନ୍‌, ପୋକସୋ ଆକ୍ଟ ଏବଂ ପିଲାମାନଙ୍କ ସଂପର୍କିତ ଯୌନ ଶୋଷଣ ଜନିତ ଆଇନ୍ ୨୦୧୨ ତଥା ଅପରାଧ ସମ୍ବନ୍ଧୀୟ ଆଧାରିତ ଆଇନ୍‌, ମହିଳାମାନଙ୍କୁ ଘରୋଇ ହିଂସାରୁ କିପରି ରକ୍ଷାକରିବା ଏବଂ ସେ ସମ୍ବନ୍ଧୀୟ ଆଇନ୍‌, ଆଇନ୍‌ସେବା ପ୍ରାଧିକରଣର ସମ୍ବନ୍ଧିତ ଆଇନ୍ ତଥା ତାଲିକାଭୁକ୍ତ ଓକିଲମାନଙ୍କର ଆଇନ୍ ସେବା ପ୍ରାଧିକରଣରେ ଭୂମିକା ସମ୍ବନ୍ଧରେ ଆଲୋଚନା କରାଯାଉଥିଲା ଏବଂ ତାଲିକାଭୁକ୍ତ ଓକିଲମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଲିମ୍ ପ୍ରାପ୍ତ ହୋଇଥିଲେ । ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମକୁ ସହକାରୀ ଦୌରାଜଜ୍ ସ୍ୱତନ୍ତ୍ର ଟ୍ରାକ୍ କୋର୍ଟ, ଭଦ୍ରକ, ସସ୍ମିତା ନନ୍ଦୀନୀ ତ୍ରିପାଠୀ ଏବଂ ଓକିଲ ସଂଘର ସଭାପତି ନିରାକାର ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ତାଲୁକ୍ ଲିଗାଲ୍ ସ୍ତରୀୟ ଆଇନ୍‌ସେବା ୩ଟି (ଚାନ୍ଦବାଲି, ବାସୁଦେବପୁର, ଧାମନଗର)ର ତାଲିକାଭୁକ୍ତ ଓକିଲମାନେ ଅନ୍‌ଲାଇନ୍ ମାଧ୍ୟମରେ ଯୋଗଦେଇ ତାଲିମ ପ୍ରାପ୍ତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.