Home ଓଡ଼ିଶା ୟୁଥ୍ ଫର୍ ଆକ୍ସନ୍: କାହିଁକି ଆସିଲେନି ସଂଘ ଚାଳକ?

ୟୁଥ୍ ଫର୍ ଆକ୍ସନ୍: କାହିଁକି ଆସିଲେନି ସଂଘ ଚାଳକ?

417

ଭୁବନେଶ୍ୱର: ଜାନୁୟାରୀ ୧୨ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ, ରାଷ୍ଟ୍ରୀୟ ଯୁବା ଦିବସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ “ୟୁଥ୍ ଫର୍ ଆକ୍ସନ୍” ଲଞ୍ଚ ହେଲା।ଏଥିରେ ଅପରାଜିତାଙ୍କ ସହିତ ଅତିଥି ଭାବରେ ଯୋଗ ଦେବାର ଥିଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓଡ଼ିଶା ପୂର୍ବ ପ୍ରାନ୍ତ ସଂଘ ଚାଳକ ସମୀର ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଏବଂ କ୍ରୀଡ଼ାବୀତ ଦୂତି ଚାନ୍ଦ।ସମସ୍ତ ଅତିଥି ତ’ ଯୋଗ ଦେଇଥିଲେ।କିନ୍ତୁ, ଯୋଗ ଦେଇନଥିଲେ ସଂଘଚାଳକ ସମୀର ମହାନ୍ତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଭିତରେ ଅପରାଜିତାଙ୍କ ଏହି କାର୍ଯ୍ୟକ୍ରମ ଏକ ପ୍ରକାର ଶକ୍ତି ପ୍ରଦର୍ଶନ ଥିଲା ବୋଲି କୁହାଯାଉଥିଲା।ଅପରାଜିତାଙ୍କ ଦାବୀ ଅନୁଯାୟୀ କାର୍ଯ୍ୟକ୍ରମରେ ୨୫ଟି ଜିଲ୍ଲାରୁ ୪୦୦୦ରୁ ଉର୍ଦ୍ଧ୍ଵ ଯୁବା ସାମିଲ ହୋଇଥିଲେ।କାର୍ଯ୍ୟକ୍ରମ ମଧ୍ୟ ଖୁବ୍ ଆଡ଼ମ୍ବରରେ ହୋଇଥିଲା।କିନ୍ତୁ,ଖିରି ହଣ୍ଡାରେ ସେତେ ଯେପରି କେହି କିରାସିନି ଟୋପାଏ ଢାଳିଦେଲା!

ମୂଳ ସଙ୍ଗଠନ ଠାରୁ ଦୂରେଇ ଦଳ ଭିତରେ ଅପରାଜିତା ଏକ ନିଜସ୍ୱ ସଙ୍ଗଠନ କରୁଛନ୍ତି ବୋଲି ଯେଉଁ ଅଭିଯୋଗ ହେଉଥିଲା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ପୂର୍ବ ପ୍ରାନ୍ତ ସଂଘ ଚାଳକଙ୍କୁ ଅତିଥି କରି ଅଭିଯୋଗକାରୀଙ୍କ ଅଭିଯୋଗକୁ ମୂଲ୍ୟହୀନ କରିବା ସହ ଏହା ଧର୍ମେନ୍ଦ୍ରଙ୍କ ପାଇଁ ଏକ ବଡ଼ ଝଟକା ହୋଇପାରେ ବୋଲି ଆଲୋଚନା ହେଉଥିଲା।କିନ୍ତୁ, କୌଣସି କାରଣରୁ ହେଉ, ସମୀର ମହାନ୍ତି କାର୍ଯ୍ୟକ୍ରମକୁ ନଆସିବା, ଅପରାଜିତାଙ୍କ ରଣନୀତିକୁ ଫେଲ୍ କରିଦେଲା!।/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.