Home ଅନୁଗୁଳ ରାଜନୀତିକୁ ଆସିବେ କି ମୃଦୁଳା ?

ରାଜନୀତିକୁ ଆସିବେ କି ମୃଦୁଳା ?

368

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ରାଜନୀତିକୁ ଆସିବେ କି? ଏକ କାର୍ଯ୍ୟକ୍ରମରେ ମୃଦଳାଙ୍କ ଉପସ୍ଥିତିରୁ ସେହିପରି କିଛି କଥା ଉଠୁଛି।ସ୍ୱାମୀ ବିବେକାନନ୍ଦ ଜୟନ୍ତୀ, ରାଷ୍ଟ୍ରୀୟ ଯୁବା ଦିବସ ଅବସରରେ ତାଳଚେର ପିଏମଆଇଟି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ମୃଦଳାଙ୍କୁ ମୁଖ୍ୟ ଅତିଥି ଭାବରେ ଦେଖିବାକୁ ମିଳିଥିଲା।ଏହାସହ ଅତିଥି ମାନଙ୍କ ସ୍ଥାନରେ ମଧ୍ୟ ମଞ୍ଚାସିନ ଥିଲେ ଧର୍ମେନ୍ଦ୍ର – ମୃଦୁଳାଙ୍କ ଝିଅ ନୈମିଶା।ମୃଦଳାଙ୍କ ସହ ଦୀପ ପ୍ରଜ୍ଜ୍ୱଳନ ମଧ୍ୟ କରିଥିଲେ ନୈମିଶା।ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଅନୁଗତ ତଥା ତାଳଚେରରୁ ବିଧାୟକ ପାର୍ଥି ହୋଇଥିବା କାଳନ୍ଦୀ ସାମଲ ମଧ୍ୟ ସେଠାରେ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ମୃଦୁଳାଙ୍କର ବିଜେପି ସମର୍ଥିତ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହିତ ପୁରୁଣା ସଂପର୍କ ରହିଛି। ଏବେ ବି କେତେବେଳେ କେମିତି ମୃଦୁଳା ଏବିଭିପିର ଜାତୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳନ୍ତି। ତେବେ ତାଳଚେର କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପସ୍ଥିତି ପରେ ମୃଦଳା ଓଡ଼ିଶା ରାଜନୀତିକୁ ଆସିବେ, ନାଁ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିବା ଉଦ୍ଦେଶ୍ୟରେ ତାଙ୍କର ଏ’ ଉପସ୍ଥିତି ତାହା ସ୍ପଷ୍ଟ ହୋଇନି।/-ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.