Home ଜିଲ୍ଲା ପରିକ୍ରମା ଡ଼୍ୟାମ ବୁଲିବା ହେଲା କାଳ, ପାଣିରେ ବୁଡ଼ି ଡ଼ାକ୍ତର ଛାତ୍ରଙ୍କ ମୃତ୍ୟୁ

ଡ଼୍ୟାମ ବୁଲିବା ହେଲା କାଳ, ପାଣିରେ ବୁଡ଼ି ଡ଼ାକ୍ତର ଛାତ୍ରଙ୍କ ମୃତ୍ୟୁ

117

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ସୀମାବର୍ତ୍ତି ବସନ୍ତିଆ ଓ ବନ୍ତ ବଜାରର ବିଶିଷ୍ଟ ବ୍ୟବସାୟୀ ସୁରେନ୍ଦ୍ର କୁମାର ଜେନାଙ୍କ ଡ଼ାକ୍ତର ପଢୁଆ ପୁଅ ସ୍ମାରକ କୁମାର ଜେନା (୨୨) ହଦଗଡ଼ ଡ଼୍ୟାମରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ଗୁରୁବାର ସେ ଡ଼୍ୟାମରେ ବୁଡ଼ି ଯାଇଥିବା ବେଳେ ଆଜି ସକାଳେ ତାଙ୍କର ମରଶରୀରକୁ ଛେନାପଦି ଦମକଳବାହିନୀ କର୍ମଚାରୀ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଘଟଣାରୁ ପ୍ରକାଶଯେ ସ୍ମାରକ ଗତ ଗୁରୁବାର ମଧ୍ୟାହ୍ନରେ ବାଇକ ଯୋଗେ ନିକଟସ୍ଥ ହଦଗଡ଼ ଡ଼୍ୟାମକୁ ବୁଲିବାକୁ ଯାଇଥିଲେ । ଡ଼୍ୟାମର ବାମପାଶ୍ୱସ୍ଥ ଜଳଭଣ୍ଡାରରେ ସେ ବୁଡ଼ି ଯାଇଥିଲେ । ଅପରାହ୍ନରେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ତାଙ୍କ ବାଇକ ଡ଼୍ୟାମର ମୁଖ୍ୟ ଫାଟକ ପାଖରେ ଥିବାବେଳ ଜୋତା ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ । ଖବରପାଇ ଦମକଳ ବାହିନୀ ବୋଟ ଦ୍ୱାରା ଖୋଜଖୋଜି କରିଥିଲେ ବି ମୃତଦେହ ଉଦ୍ଧାର କରିପାରି ନଥିଲେ । ତେବେ ଆଜି ସକାଳେ ଜଳଭଣ୍ଡାରର ଏକ ପାଶ୍ୱର୍ରେ ମୃତଦେହ ଭାସୁଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ମୃତ ଶରୀର ଉଦ୍ଧାର କରି ଶବବ୍ୟବଚ୍ଛେଦ ପରେ ଦାହକାର୍ଯ୍ୟ ସମ୍ପନ୍ନ ହୋଇଛି । ଏନେଇ ସୋସୋ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ପରେ ସଂପୃକ୍ତ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.