Home ଜିଲ୍ଲା ପରିକ୍ରମା ରାଧାବଲ୍ଲଭପୁର ପଞ୍ଚାୟତରେ ସର୍ଭେ କରୁଥିବା ସରକାରୀ ଅଧିକାରୀଙ୍କୁ ଆକ୍ରମଣ, ଜଣେ ଅଟକ

ରାଧାବଲ୍ଲଭପୁର ପଞ୍ଚାୟତରେ ସର୍ଭେ କରୁଥିବା ସରକାରୀ ଅଧିକାରୀଙ୍କୁ ଆକ୍ରମଣ, ଜଣେ ଅଟକ

67

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଫନି ବାତ୍ୟାରେ ଧାମନଗର ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ଏହି ଫନିରେ ଭାଙ୍ଗିିଥିବା ଘର ସର୍ଜମିନ୍ ତଦନ୍ତ କରି କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଷ ଥିବାବେଳେ ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଚିଠି ନଂ ୨୫୯୬/ ତାରିଖ ୧୩/୦୭/୨୦୨୧ବ୍ଲକର ୩୧ ପଂଚାୟତରେ ୪ଜଣିଆ ଲେଖାଏଁ ଟିମ୍ ଗଠନ କରି ଚଳିତ ମାସ ୩୧ତାରିଖ ସୁଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଷ ଦେଇଥିଲେ । ସେହି ଚିଠିକ୍ରମେ ଆଜି ରାଧାବଲ୍ଲଭପୁର ପଂଚାୟତର ଏହି ୪ଜଣିଆ ଟିମ୍ ପିଇଓ ଅଚ୍ୟୁତାନନ୍ଦ ବାରିକ, ଜିଆରଏସ୍ ଅଶୋକ କୁମାର ନନ୍ଦି, ଶିକ୍ଷକ ଭାବଗ୍ରାହି ଖୁଣ୍ଟିଆ ଓ ବିଆରଓ ଅରୁଣ କୁମାର ବସନ୍ତିଆ ଉକ୍ତ ପଂଚାୟତର ୭ନମ୍ବର ୱାର୍ଡ଼ର ବନ୍ଧଟିଆ ଗ୍ରାମରେ ଘର ଘର ବୁଲି ତଦନ୍ତ କରୁଥିବାବେଳେ ଉକ୍ତ ଗ୍ରାମର ପ୍ରିତମ କୁମାର ଦାସ, ପିତା- ଆନନ୍ଦ ଦାସ ଏହି ଟିମ୍‌ର ମୁଖ୍ୟ ଅଚ୍ୟୁତାନନ୍ଦ ବାରିକଙ୍କୁ ବିଭିନ୍ନ ଅଶାଳୀନ ବ୍ୟବହାର କରିବା ସହିତ ମାଡ଼ ମାରିବା ପାଇଁ ଏକ କିଳାରେ ଧମକ ମଧ୍ୟ ଦେଇଥିଲେ ଏବଂ ଉପସ୍ତିତ ଅନ୍ୟ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକୁ ବିରୋଧ କରିଥିଲେ । ହେଲେ କାହା କଥା ନ’ ଶୁଣି ଶ୍ରୀ ଦାସ ସମ୍ପୁକ୍ତ ଅଧିକାରୀଙ୍କୁ କଲର ଧଣି ମାଡ଼ ମାରିବା ସହିତ କ’ଣ ପାଇଁ ଏହି ତଦନ୍ତ ବେଳେ ଆମ୍ଭକୁ ଡ଼ାକୁନାହଁବୋଲି କହି ଗାଳିଗୁଲଜ ମଧ୍ୟ କରିଥିଲେ । ଅଧିକାରୀ ମାନେ ବ୍ୟବହାର କରିଥିବା କେତେକ ସରକାରୀ କାଗଜପତ୍ରକୁ ମଧ୍ୟ ଶ୍ରୀ ଦାସ ଛଡ଼ାଇ ନେଇଥିଲେ । ତେବେ ଅନ୍ୟ ଉପାୟ ନପାଇ ଅଧିକାରୀ ମାନେ ଗାଳି ଗୁଲଜ ସହି ଧାମନଗର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁର୍ଗା ଚରଣ ମୁର୍ମୁଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ବିଡ଼ିଓ ଶ୍ରୀ ମୁର୍ମୁ ଧାମନଗର ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହିତ ତୁରନ୍ତ ଆକ୍ରମଣ କାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଆକ୍ରମଣ କାରୀ ଶ୍ରୀ ଦାସକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବାବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋିନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.