Home ଓଡ଼ିଶା ହୀରାକୁଦ ଜଳଭଣ୍ଡାର, ଦୀର୍ଘ ୨୦ ଘଣ୍ଟା ଧରି ସମୁଦାୟ ୪୬ ଟି ଗେଟ୍ ଦେଇ ବନ୍ୟା...

ହୀରାକୁଦ ଜଳଭଣ୍ଡାର, ଦୀର୍ଘ ୨୦ ଘଣ୍ଟା ଧରି ସମୁଦାୟ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି

127

ସମ୍ବଲପୁର, ୩୦/୦୮(ଓଡ଼ିଆ ପୁଅ/ସରୋଜ ସାହୁ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ର ଜଳସ୍ତର। ଜଳସ୍ତର ବୃଦ୍ଧି ପାଉଥିବାରୁ ଗତକାଲି ଠାରୁ ଦୀର୍ଘ ୨୦ ଘଣ୍ଟା ଧରି ସମୁଦାୟ ୪୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳ ୮ ଘଟିକା ରେ ବନ୍ଧ କର୍ତ୍ତୃପକ୍ଷ ସୂଚନା ଅନୁସାରେ ବାମ ଭାଗ ର ୩୧ ଟି ଗେଟ ଏବଂ ଡାହାଣ ଭାଗ ର ୧୫ ଟି ଗେଟ ଏପରିକି ସମୁଦାୟ ୪୬ ଟି ଗେଟ ଏବେ ଖୋଲା ଯାଇଛି। ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୯୧ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ ୦୨ ହଜାର ୯୨୦ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୭ ଲକ୍ଷ ୬୪ ହଜାର ୮୦୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ରେ ନିଷ୍କାସନ କରାଯାଉଛି। ୪୬ ଟି ଗେଟ ଖୋଲିବା ପରେ ଖଇରମାଲରେ ୧୦ ଲକ୍ଷ ୧୧ହଜାର, ବରମୂଳ ଠାରେ ୮ ଲକ୍ଷ ୯୧ ହଜାର ୨୫୦, ଓ ମୁଣ୍ଡଳୀ ନିକଟରେ ୯ ଲକ୍ଷ ୭୯ ହଜାର ୭୧୫, ବେଲଗାଁ ୩୭ହଜାର ୮ ସହ, ପଥରଲା ୯୫ ହଜାର ୨୩୩ ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡ ରେ ପ୍ରବାହିତ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.