Home ଓଡ଼ିଶା ହାତୀ ଧାନ ଖାଇବା ନେଇ ଚାଷୀଙ୍କ ଉଦ୍‌ବେଗ ବନବିଭାଗ ଚୁପ୍‌

ହାତୀ ଧାନ ଖାଇବା ନେଇ ଚାଷୀଙ୍କ ଉଦ୍‌ବେଗ ବନବିଭାଗ ଚୁପ୍‌

123

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୮-ସାରା ରାଜ୍ୟରେ ହାତୀ ମଣିଷର ଲଢେଇ ଚାଲିଥିବା ବେଳେ ସେଥିରୁ ବାଦ୍ ପଡୁନି ନୟାଗଡ ଜିଲ୍ଲା ରଣପୁର ବନାଂଚଳ । ଚଳିତ ବର୍ଷ ବର୍ଷା କମ୍ ଥିବାରୁ ଚାଷୀମାନେ ବହୁ କଷ୍ଟକରି ଧାର କରଜ କରି ଧାନ ରୋଇଥିଲେ । କିନ୍ତୁ ଠିକ୍ ସମୟରେ ଧାନ ଗଛର ଗର୍ଭ ଆସିବା ସମୟକୁ ହାତୀଦଳ ପଶି ନଷ୍ଟ କରିବା ଘଟଣା ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଚାଷୀମାନେ ହେଉଛନ୍ତି କଟକ ସହର ଓ ଉଦୟପୁର ଗ୍ରାମର । ସେହିଭଳି ଦେଖିବାକୁ ମିଳିଛି ରଣପୁର ବନାଂଚଳର ଗୋପାଳପୁର ଫରେଷ୍ଟ ଜୋନ ଅନ୍ତର୍ଗତ ଜାତୀୟ ରାଜପଥ କଡ କଟକ ସହରରେ । କଟକ ସହରରେ ହାତୀଦଳ ଉତ୍ପାତ ଆରମ୍ଭ କରିଛନ୍ତି । ଏହି ଦଳରେ ଗ୍ରାମବାସୀଙ୍କ କହିବା ଅନୁସାରେ ୧୭ଗୋଟି ହାତୀ ଅଛନ୍ତି । ପ୍ରାୟ ୪ଏକର ଧାନ ଖାଇଦେଇଛନ୍ତି ।

ଏହି ଧାନବିଲ ଗୁଡିକ ହେଲା କଟକ ସହରର ବେଲ ସେନାପତି, ଉଦୟ ପୁରର ଧୁଳିଆ ଦାସ, ଜୟପାତ୍ର, ଭିକାରୀ ପରିଡା ଓ ଶରତ ପରିଡାଙ୍କର ହାତୀଦଳ ଉଦୟପୁର ମୁଣ୍ଡିଆ ଓ ଉଗ୍ରତାରାଙ୍କ ପୀଠ ନିକଟରେ ରହୁଛନ୍ତି ସଂଧ୍ୟା ହେଲେ ଜମିରେ ପଶି ଧାନ ଖାଉଛନ୍ତି । ବନବିଭାଗକୁ ଖବର ଦେଲେ ବନବିଭାଗ ହାତୀ ତଡିବା ପାଇଁ ଆସୁନଥିବା ଅଭିଯୋଗ ହେଉଛି । ଏ ସମ୍ପର୍କେ ଗୋପାଳପୁର ଫରେଷ୍ଟର ବିଚିତ୍ରା ନନ୍ଦ ବେହେରାଙ୍କ ସହ ଯୋଗା ଯୋଗ କଲେ ହାତୀ ଧାନ ଖାଇବା ଘଟଣାକୁ ସ୍ୱୀକାର କରିଛନ୍ତି । ଏବଂ କହିଛନ୍ତି ହାତୀ ଏବେ ଭୁଷଣ୍ଡପୁର ଉଗ୍ରତାରା ପୀଠ ନିକଟରେ ରହୁଥିବାର ଭୁଷଣ୍ଡପୁର ଫରେଷ୍ଟର ରିପୋର୍ଟ କରିଛନ୍ତି । ହାତୀ ଯେଉଁ ଚାଷୀମାନଙ୍କର କ୍ଷତି କରିଛି ସେମାନେ ରଣପୁର ବନବିଭାଗ କାର୍ଯ୍ୟାଳୟକୁ ଆସି କ୍ଷୟକ୍ଷତି ପାଇଁ ଆବେଦନ କଲେ ଆମ୍ଭ ବିଭାଗୀୟ କର୍ମଚାରୀ ସେହି ଜମିକୁ ଯାଇ ଜିଓଟ୍ୟାଗ୍ କରି ଫଟୋ ଉଠାଇବା ପରେ କ୍ଷୟକ୍ଷତିର ଭରିଣା କରାଯିବ । ବିଗତ ବର୍ଷ ଯେଉଁମାନଙ୍କର କ୍ଷତି ହୋଇଥିଲା ସେମାନଙ୍କୁ କ୍ଷତି ପୁରଣ ଦିଆଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.