Home କେନ୍ଦୁଝର ବଜ୍ରାଘାତରେ ନାବାଳିକା ଗୁରୁତର

ବଜ୍ରାଘାତରେ ନାବାଳିକା ଗୁରୁତର

290
Lightning

ହାଟଡିହି -୨୩ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ରମ୍ପାସ ପଞ୍ଚାୟତର ଇଶଳା ଗ୍ରାମରେ ବଜ୍ରାଘାତରେ ଜଣେ ନା ବାଳିକା ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ଅପରାହ୍ନରେ ଶ୍ୟାମ ମୁଣ୍ଡା ତାର ୧୫ବର୍ଷର ଝିଅ ସହିତ ବିଲରୁ ଫେରୁଥିବାବେଳେ ଇଶଳା ଗାଁ ମୁଣ୍ଡରେ ହଠାତ ବଜ୍ରପାତ ହୋଇଥିଲା । ଏଥିରେ ଶ୍ୟାମଙ୍କ ଝିଅ ଗୁରୁତର ଆହତ ହୋଇଥିଲା । ତୁରନ୍ତ ତାଙ୍କୁ ପ୍ରଥମେ ହାଟଡିହି ଓ ପରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.