Home କେନ୍ଦୁଝର ହାଟଡିହି ବ୍ଲକର ୯ଟି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ପୁରଣ ହେଲାନି

ହାଟଡିହି ବ୍ଲକର ୯ଟି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ପୁରଣ ହେଲାନି

231

ହାଟଡ଼ିହି, ୨୩/ ୯ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ଦୀର୍ଘଦିନ ଧରି ବିଭିନ୍ନ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିବାପରେ ଏବେ ଶିକ୍ଷା ବିଭାଗ ପକ୍ଷରୁ ଖାଲି ପଡିଥିବା ପ୍ରଧାନ ଶିକ୍ଷକ ପଦବୀକୁ ପୁରଣ କରାଯାଇଛି । କିନ୍ତୁ ହାଟଡିହି ବ୍ଲକରେ ୯ଟି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ପୁରଣ ହୋଣିଲାନି । ବ୍ଲକରେ ମୋଟ ୨୫ଟି ସରକାରୀ ହାଇସ୍କୁଲ ମଧ୍ୟରୁ ଏବେବି ବିପି ହାଇସ୍କୁଲ ବାଙ୍ଗୋର, ଏସ.ଏମ. ଗାର୍ଲସ ହାଇସ୍କୁଲ ହାଟଡିହି, ଏସ.ଏମ. ଗାର୍ଲସ ହାଇସ୍କୁଲ କାନପୁର, ଅରବିନ୍ଦ ହାଇସ୍କୁଲ ସଢ଼ା, ଏମ.ସି.ବିଦ୍ୟାମନ୍ଦିର ନନ୍ଦିପଦାହାଟ, ଭାନୁପ୍ରଭା ହାଇସ୍କୁଲ ଜମ୍ଭରା, ଗୋପୀନାଥଜୀୟୁ ହାଇସ୍କୁଲ ଆମ୍ବୋ, ମୁଗୁପୁର ହାଇସ୍କୁଲ ଆଦିରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି । ଏବେ ଶିକ୍ଷା ବିଭାଗ ଦ୍ୱାରା ଜିଲ୍ଲାର ବରିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ହାଟଡିହି ବ୍ଲକର ୧୨ଟି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନିଯୁକ୍ତ କରାଯାଇଛି । ବାଲିବରେଇ ହାଇସ୍କୁଲରେ ଅପର୍ଣ୍ଣା ବେହେରା, ଢ଼େଙ୍କା ହାଇସ୍କୁଲରେ ମନସିଙ୍ଗା ମୁର୍ମୁ, ଜପିଦାସ ବିଦ୍ୟାମନ୍ଦିର ବଡରମ୍ପାସରେ ଡମ୍ବରୁଧର ଦେହୁରୀ, ପଢ଼ିଆରିପଲ୍ଲି ହାଇସ୍କୁଲ ବଣିଆପଙ୍କରେ ଲକ୍ଷ୍ମୀଧର ନାୟକ, ବିସି ହାଇସ୍କୁଲ ବାହାରିପୁରରେ ସନ୍ତୋସିନୀ ସେଠୀ, ଜିସି ଗାର୍ଲସ ହାଇସ୍କୁଲ ଓରାଳିରେ ବିଷ୍ଣୁପଦ ଜେନା, ହାଟଡିହି ହାଇସ୍କୁଲରେ ଶିଶିର କୁମାର କର, ବଞ୍ଚୋ ବରାହୀ ହାଇସ୍କୁଲରେ ଆଲମଣୀ ସେଠୀ, କପିଳେଶ୍ୱର ହାଇସ୍କୁଲ କଳିଗାଁରେ ରତ୍ନାକର ପଣ୍ଡା, ମୁଗୁପୁର ଗାର୍ଲସ ହଇସ୍କୁଲରେ ହଳଧର ପଣ୍ଡା, ଟିଏମ ଏକାଡେମୀ ଡଅଁରରେ ମଦନ ମୋହନ ନାୟକ, ଗେଡମା ହାଇସ୍କୁଲରେ ଉମାକାନ୍ତ ସେନାପତି ପ୍ରମୁଖ ନିଯୁକ୍ତି ପାଇଛନ୍ତି । ବିଭିନ୍ନ ହାଇସ୍କୁଲରେ ଖାଲି ପଡିଥିବା ପ୍ରଧାନ ଶିକ୍ଷକ ପଦବୀ ଗୁଡିକୁ ତୁରନ୍ତ ପୁରଣ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.