Home କେନ୍ଦୁଝର ହାଟଡିହି ଓ ଛେନାପଦିରେ ଅଧିକ ଜାତୀୟକରଣ ବ୍ୟାଙ୍କର ଶାଖା ଖୋଲିବାକୁ ଦାବି

ହାଟଡିହି ଓ ଛେନାପଦିରେ ଅଧିକ ଜାତୀୟକରଣ ବ୍ୟାଙ୍କର ଶାଖା ଖୋଲିବାକୁ ଦାବି

27

ହାଟଡ଼ିହି- ୨୩ / ୭ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ଓ ଛେନାପଦିଛକରେ ଷ୍ଟେଟବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଜାତୀୟକରଣ ବ୍ୟାଙ୍କ ଖୋଲିବାକୁ ଦାବି ହେଉଛି । ହାଟଡିହି ବ୍ଲକରେ ୩୧ଟି ପଞ୍ଚାୟତ ଥିବାବେଳେ ଏହି ବ୍ଲକରେ କୌଣସି ସ୍ଥାନରେ ଷ୍ଟେଟବ୍ୟାଙ୍କ ଶାଖା ନଥିବାରୁ ଲୋକମାନେ ୨୦ରୁ ୪୦କିଲୋମିଟର ଦୁର ଆନନ୍ଦପୁର ଷ୍ଟେଟବ୍ୟାଙ୍କ କୁ ଟଙ୍କା ନେଣଦେଣ ପାଇଁ ଯାଇ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ବ୍ୟାଙ୍କ କର୍ତ୍ତୁପକ୍ଷ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ହାଟଡିହି ବ୍ଳକଟି ୩୧ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବାବେଳେ ଏହାର ଲୋକ ସଂଖ୍ୟା ଏକ ଲକ୍ଷରୁ ଉର୍ଦ୍ଧ । ଏବେ ସାଧାରଣ ଲୋକଙ୍କର ଅଧିକାଶଂ କାର୍ଯ୍ୟ ବ୍ୟାଙ୍କ ମାଧ୍ୟମରେ କରାଯାଉଥିବାରୁ ଲୋକମାନେ ପ୍ରାୟତ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ହାଟଡିହି ବ୍ଲକରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଷ୍ଟେଟବ୍ୟାଙ୍କ ଶାଖା ଖୋଲି ପାରିଲାନି । ବାରମ୍ବାର ଦାବିସତ୍ତ୍ୱେ ଷ୍ଟେଟବ୍ୟାଙ୍କ କର୍ତ୍ତୁପକ୍ଷ ନୁତନ ଶାଖା ଖୋଲିବାକୁ କୌଣସି ଯୋଜନା କରିନାହାନ୍ତି । କେବଳ ଆନନ୍ଦପୁରରେ ଷ୍ଟେଟବ୍ୟାଙ୍କ ଶାଖା ଥିବାରୁ ନୁଆ ଆକାଉଣ୍ଟ ଖୋଲିବାପାଇଁ ଲୋକମାନେ ବାରମ୍ବାର ଆନନ୍ଦପୁର ବ୍ୟାଙ୍କକୁ ଦୌଡୁଛନ୍ତି । ସାମାନ୍ୟ ଜମା ଓ ଉଠାଣପାଇଁ ଦୁରଦୁରାନ୍ତରୁ ଆନନ୍ଦପୁର ଯାଉଥିବା ଲୋକମାନେ ହଇରାଣ ହରକତ ହେଉଛନ୍ତି । ଅନ୍ୟପଟେ ଜନସେବାକେନ୍ଦ୍ର ମାଧ୍ୟମରେ ଟଙ୍କାଜମା ଉଠାଣ ହୋଇପାରୁଥିଲେ ମଧ୍ୟ ସେଥିରେ ଟଙ୍କା ଦେବାକୁ ପଡୁଥିବାରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି । ଏପରିକି ଜମା କି ଉଠାଣ ପାଇଁ ଆନନ୍ଦପୁର ଯିବାକୁ ହେଲେ ଗୋଟିଏ ଗୋଟିଏ ଦିନ ଅତିବାହିତ ହୋଇଯାଉଛି । ହାଟଡିହି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆନନ୍ଦପୁର ଷ୍ଟେଟବ୍ୟାଙ୍କର ଦୁରତା ୪୦କିଲୋମିଟରରୁ ଉର୍ଦ୍ଧ ହେଉଥିବାରୁ ଅନେକ ସମୟରେ ଲୋକମାନେ ଟଙ୍କା ଉଠାଇ ଏତେ ଦୁରରୁ ଆସୁଥିବାବେଳେ ଲୁଟର ଶୀକାର ହେଉଥିବା ନଜିର ରହିଛି । ଛେନାପଦିଛକ ଟି ଏକ ବ୍ୟବସାୟିକ ପେଣ୍ଠସ୍ଥଳି ଥିବାବେଳେ ଆଖପାଖ ପଞ୍ଚାୟତର ହଜାର ହଜାର ଲୋକ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ବହୁବର୍ଷ ଧରି ଛେନାପଦିଛକ ଠାରେ ଏକ ଷ୍ଟେବ୍ୟାଙ୍କ ଶାଖା ଖୋଲିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଫାଇଲ ତଳେ ଚାପି ହୋଇରହିଯାଇଛି । ସେହିପରି ହାଟଡିହିରେ ବ୍ୟାଙ୍କ ଅଫ ଇଣ୍ଡିଆର ଏକମାତ୍ର ଶାଖା ଥିବାରୁ ଏଠାରେ ଦୈନଦିନ ଶହଶହ ଲୋକଙ୍କ ଭିଡ ଜମୁଥିବାରୁ ଲୋକମାନେ ବ୍ୟାଙ୍କକୁ ଯାଇ ସେବାପାଇବାରୁ ବିଫଳ ହୋଇ ଫେରୁଛନ୍ତି । ଏହି ବ୍ୟାଙ୍କ ଉପରେ ବ୍ଲକ, ତହସିଲ, ଡାକ୍ତରଖାନା ସମେତ ଶହଶହ ପେନସନଧାରୀ ଓ ଛାତ୍ରଛାତ୍ରୀ ବ୍ୟାଙ୍କକୁ ଯାଇ ସକାଳ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ଲମ୍ବା ଧାଡିରେ ଠିଆ ହେଉଛନ୍ତି । ଏହି ବ୍ୟାଙ୍କରେ ଗ୍ରାହକଙ୍କ ତୁଳନାରେ କର୍ମଚାରୀ ଅଭାବ ଯୋଗୁଁ ଗ୍ରାହକମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ବ୍ୟାଙ୍କଟି ଗ୍ରାହକ ମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ବିଫଳ ହୋଇଛି । ହାଟଡିହି କିମ୍ବା ଛେନାପଦି ଛକଠାରେ ଅନ୍ୟଏକ ଜାତୀୟକରଣ ବ୍ୟାଙ୍କ ଖୋଲାଗଲେ ଲୋକମାନେ ଏହି ସମସ୍ୟାରୁ ମୁକୁଳି ପାରନ୍ତେ । ଏଭଳି ପରିସ୍ଥିତିରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛେନାପଦିଛକ କିମ୍ବା ହାଟଡିହି ଠାରେ ନୁତନ ଷ୍ଟେଟବ୍ୟାଙ୍କର ଶାଖା କିମ୍ବା ଅନ୍ୟକୌଣସି ରାଷ୍ଟ୍ରାୟତ ବ୍ୟାଙ୍କର ଶାଖା ଖୋଲିବାପାଇଁ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବଞ୍ଚୋ ସରପଞ୍ଚ ଚମ୍ପାବତୀ ପୁହାଣ, ଶାସଙ୍ଗ ସରପଞ୍ଚ ବିମ୍ବାଧର ବିଶ୍ୱାଳ, ପନ୍ଦାଡୋ ସରପଞ୍ଚ ଅନିରୁଦ୍ଧ ବେହେରା, ପଞ୍ଚୁଗୋଛିଆ ସରପଞ୍ଚ ଜାନକୀ ଓଝା, ଓରାଳି ପଞ୍ଚାୟତର ପୁର୍ବତନ ସରପଞ୍ଚ ଅରୁଣ ପଧାନ, ପ୍ରସାନ୍ତ ରାଉତ, ବିନୟ ନାୟକ, ଯୋଗେନ୍ଦ୍ର ବେହେରା, ସୌମ୍ୟ ରଞ୍ଜନ ଜେନା, ବିକାଶ ବିଶ୍ୱାଳ, ଅଜୟ ଲେଙ୍କା, ରବିନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ଶଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ସୁଧାକର ଓଝା, ଚକ୍ରଧର ସାହୁ, ଦେବେନ୍ଦ୍ର ଜେନା ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.