Home ଜିଲ୍ଲା ପରିକ୍ରମା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ସହ ଆଦାନୀ ଗ୍ରୁପ୍‌ର ଭାଗିଦାରୀ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ସହ ଆଦାନୀ ଗ୍ରୁପ୍‌ର ଭାଗିଦାରୀ

27

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ସହ ଭାଗିଦାରୀ ହୋଇଛି ଆଦାନୀ ଗ୍ରୁପ୍ । ଚଳିତବର୍ଷ ଭାରତୀୟ ଦଳରେ ୧୧୯ଜଣ ପ୍ରତିଯୋଗୀ ରହିଛନ୍ତି, ଯାହାକି ଅଲିମ୍ପିକରେ ଭାରତ ପକ୍ଷରୁ ସର୍ବାଧିକ ପ୍ରତିନିଧିତ୍ୱ । ଦେଶର କ୍ରୀଡା ଇକୋସିଷ୍ଟମ କ୍ଷେତ୍ରରେ କର୍ପୋରେଟ୍ ସମର୍ଥନ ଦ୍ୱାରା ଏକ ଉନ୍ନତ ଓ ଶକ୍ତିଶାଳୀ କ୍ରୀଡା ଭବିଷ୍ୟତ ଗଠନ ହୋଇପାରିବ ବୋଲି ଆଦାନୀ ଗ୍ରୁପ୍ ବିଶ୍ୱାସ କରେ । ଭବିଷ୍ୟତର କ୍ରୀଡା ଚାମ୍ପିଅନମାନଙ୍କୁ ଚିହ୍ନଟ ଓ ସେମାନଙ୍କ ବିକାଶ କରିବା ଆଦାନୀ ଗ୍ରୁପ୍ ପକ୍ଷରୁ ଏକ ଦୀର୍ଘକାଳୀନ ଇନକ୍ୟୁବେସନ କାର୍ଯ୍ୟକ୍ରମ ‘ଗର୍ବହେ’ ୨୦୧୯ରୁ ଆରମ୍ଭ କରାଯାଇଛି । ରିଓ ଅଲିମ୍ପିକ ପୂର୍ବରୁ ୨୦୧୫ ରେ ଆରମ୍ଭ ହୋଇଥିବା ଏକ ଚାରିବର୍ଷର ପାଇଲଟ୍ ପ୍ରୋଜେକ୍ଟ ସମାପ୍ତ ହେବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ‘ଗର୍ବହେ’ କାର୍ଯ୍ୟକ୍ରମ ପାଇଁ ଦୃଢ ପ୍ରତିଜ୍ଞ ଖେଳାଳୀ ମାନଙ୍କୁ ଚୟନ କରାଯାଇଥିଲା । ଅତୀତରେ ବକ୍ସର ଶିବ ଥାପ୍ପା, ମନଦୀପ ଜାଙ୍ଗ୍ରା ଏବଂ ପିଙ୍କିରାଣୀ, ସଟ୍‌ପୁଟର ଇନ୍ଦରଜିତ ସିଂହ, ରେସୱାକର ଖୁସବୀର କୌର, ଲଙ୍ଗ୍‌ଡିଷ୍ଟାନ୍ସରନର ସଞ୍ଜୀବନୀ ଯାଦବ ଏବଂ ସୁଟର୍ ମଲାଇକା ଗୋଏଲଙ୍କୁ ଆଦାନୀ ଗ୍ରୁପ୍‌ସହ ଯୋଗ ପ୍ରଦାନ କରିଛି । ‘ଗର୍ବହେ’ କାର୍ଯ୍ୟକ୍ରମ ଅଧିନରେ ଥିବା ଦଶ ଜଣ ଜୁନିଅର ଓ ନଅ ଜଣ ସିନିୟର ଖେଳାଳୀଙ୍କ ମ୍ମରୁ ୭ଜଣ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେମାନେ ହେଲେ ବିଶ୍ୱର ଏକ ନମ୍ବର ବକ୍ସିଂ ଖେଳାଳୀ ଅମିତ ପଙ୍ଘଲ, ବିଶ୍ୱର ଦୁଇ ନମ୍ବର କୁସ୍ତିଯୋଦ୍ଧା ଦୀପକ ପୁନିଆଁ, ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ୍‌, ଟେନିସ ଖେଳାଳୀ ଅଙ୍କିତା ରାଇନା, ରେସୱାକର କେଟି ଇରଫାନ୍ , ଜେଭେଲିନ ଷ୍ଟାର ଶିବପାଲ ସିଂହ, କୁସ୍ତିଯୋଦ୍ଧା ରବି କୁମାର ଦହିୟା । ଶ୍ରୀ ପ୍ରଣବ ଆଦାନୀ, ଏମ୍‌ଡି, ଏଗ୍ରୋ, ତୈଳ ଓ ଗ୍ୟାସ୍ କହିଛନ୍ତି, ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡା ମଂଚରେ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଏହି ଖେଳାଳୀମାନଙ୍କ ପାଇଁ ମୁଁ ଗର୍ବିତ । ଏହି ଉତ୍କର୍ଷର ଉଚ୍ଚତାରେ ପହଂଚିବା ପାଇଁ ସେମାନେ ଦେଖାଇଥିବା ସାହାସ, ପ୍ରତିବଦ୍ଧତା ଏବଂ ବିଶ୍ୱାସ ସେମାନଙ୍କୁ ବିଜେତା କରିସାରିଛି । ମୁ ଁସେମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ବର୍ତ୍ତର୍ମାନ ଆଦାନୀଗ୍ରୁପ ଭାରତୀୟ ଅଲିମ୍ପିକ୍ ଆସୋସିଏସନର ଅଫିସିଆଲ ପାର୍ଟନର ତଥା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଟିମ୍‌ର ସହଭାଗୀ ହୋଇ ଦେଶର କ୍ରୀଡା ପ୍ରତିଭା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.