Home ଜିଲ୍ଲା ପରିକ୍ରମା ସ୍ମଶାନରେ ଶବ ସତ୍କାରକୁ ନେଇ ବିରୋଧ ପ୍ରତିବାଦରେ ଧାମନଗର- ଫଳପୁର ରାସ୍ତା ଅବରୋଧ

ସ୍ମଶାନରେ ଶବ ସତ୍କାରକୁ ନେଇ ବିରୋଧ ପ୍ରତିବାଦରେ ଧାମନଗର- ଫଳପୁର ରାସ୍ତା ଅବରୋଧ

32

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ଅନ୍ତର୍ଗତ ବିରୁହାଁ ଗ୍ରାମର ନରେଷ ପଣ୍ଡାଙ୍କର ଗତକାଲି ବ୍ରେନ ଷ୍ଟ୍ରୋକରେ କଟକ ମେଡ଼ିକାଲରେ ମୃତ୍ୟୁ ହେଇଥିବାବେଳେ ଆଜି ତାଙ୍କ ଗ୍ରାମ ସ୍ମଶାନ ରେ ଶବ ସତ୍କାର କରିବାପାଇଁ ଜିବା ବେଳେ ସ୍ଥାନୀୟ କେତେକ ଲୋକେ ଉକ୍ତ ସ୍ମଶାନରେ ଶବସତ୍କାରକୁ ବିରୋଧ କରିଥିଲେ । ଏହା ପ୍ରତିବାଦରେ ପ୍ରାୟ ୨ଘଣ୍ଟାଧରି ନରେଷ ପଣ୍ଡାଙ୍କ ପରିବାର ଓ ଗ୍ରାମବାସୀ ମାନେ ରାସ୍ତାରୋକ କରିଥିଲେ । ଘଟଣାରୁ ପ୍ରକାଶଯେ ୨ଶହ ବର୍ଷରୁ ଉର୍ଦ୍ଧ୍ୱହେବ ବିରୁହାଁ ପଣ୍ଡାସାହି ଗ୍ରାମବାସୀଙ୍କର କେହି ମୃତ୍ୟୁ ବରଣ କଲେ ସେହି ସ୍ଥାନରେ ଶବ ସତ୍କାର କରାଯାଇଥାଏ । ମାତ୍ର ସେହି ଗ୍ରାମକୁ ଲାଗି ଯେନା ସାହିର କେତେକ ଲୋକ ଏଠାରେ ଶବ ପୋଡ଼ାଯାଇ ପାରିବନାହିଁ ବୋଲି ଦାବିକରି ସେଠାରେ ଶବକୁ ଫେରାଇ ଦେଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ଗ୍ରାମ ମଧ୍ୟରେ ଶବ ସତ୍କାର କରାଯାଉଥିବାରୁ ପରିବେଶ ଦୁଷିତ ହେଉଛି । ଏଠାରେ ଶବଦାହ ନହେଉ ବୋଲି ଜିଦ୍ ଧରି ବସିଥିଲେ । ପରନ୍ତୁ ଶହ ଶହ ବର୍ଷଧରି ଉକ୍ତ ସ୍ମଶାନରେ ଶବସତ୍କାର ହୋଇ ଆସୁଅଛି । ଆଜି ମଧ୍ୟ ନରେଷଙ୍କର ମୃତ ଦେହ ସେଠାରେ ଶବଦାହ ହେବ ଏନେଇ ଉଭୟ ପକ୍ଷରେ ବାତ ବିତଣ୍ଡା ଓ କଥା କଟାକଟି ହେବାରୁ ବାଧ୍ୟ ହୋଇ ନରେଷଙ୍କ ମୃତ ଦେହକୁ ରାସ୍ତାରେ ରଖି ଅବରୋଦ୍ଧ କରିଥିଲେ । ଖବରପାଇ ଧାମନଗର ଥାନାଅଧିକାରୀ ପ୍ରଦୀପ ମହନ୍ତ, ଏସ୍‌ଆଇ ମୋତିଲାଲ ମାରାଣ୍ଡି ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଂଚି ଉଭୟ ପକ୍ଷଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ଏବଂ ସେଠାରେ ଶବ ସତ୍କାର କରାଯାଇଥିଲା । ଉକ୍ତ ଜାଗାକୁ ନେଇ ବିବାଦ ଉପୁଜିଛି ସେନେଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ଦେଲାପରେ ବିଧିବଦ୍ଧ ସମାଧାନ କରାଯିବବୋଲି ଥାନାଅଧିକାରୀ ଶ୍ରୀ ମହନ୍ତ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.