Home କେନ୍ଦୁଝର ହାଟଡିହିରେ ୧୩ରେ ଜେଏମଏଫସି କୋର୍ଟ ଉଦଘାଟନ

ହାଟଡିହିରେ ୧୩ରେ ଜେଏମଏଫସି କୋର୍ଟ ଉଦଘାଟନ

29

ହାଟଡିହି, ୨୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ଠାରେ ନୁତନକରି ଖୋଲିବାକୁ ଯାଉଥିବା ଜେଏମଏଫସି କୋର୍ଟ ଉଦଘାଟନ ଉତ୍ସବ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚିଠିନଂ ୨୯୨୧ ତା ୨୨/୧ ରେ ଆସନ୍ତା ଫେବୃୟାରୀ ୧୩ତାରିଖ ଦିନ ଏହି ଜେଏମଏଫସି କୋର୍ଟ ଉଦଘାଟନ କରାଯିବା ନେଇ କେନ୍ଦୁଝର ଜିଲ୍ଲାପାଳଙ୍କୁ ଅବଗତ କରାଇ ଦିଆଯାଇଛି । ଏହି ଉତ୍ସବରେ ହାଇକୋର୍ଟର ବିଚାରପତି ବି.ପି ରାଉତରାୟ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ବୋଲି ଜଣାଯାଇଛି । ପୁର୍ବରୁ ଏହି ଜେଏମଏଫସି କୋର୍ଟ ପାଇଁ ବିଚାରପତି ନିଯୁକ୍ତ ସରିଥିବା ବେଳେ ଏବେ ଘରର ନୂତନ ଭାବେ ରଙ୍ଗଦେବା, ଲୋକଙ୍କ ବସିବାପାଇଁ ପିଣ୍ଡି ନିର୍ମାଣ ଓ ଅନ୍ୟନ୍ୟ ବାକିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.