Home କେନ୍ଦୁଝର ମା ମଙ୍ଗଳା କ୍ରିକେଟ, ଫାଇନାଲରେ କେୱାଇସି

ମା ମଙ୍ଗଳା କ୍ରିକେଟ, ଫାଇନାଲରେ କେୱାଇସି

18

ହାଟଡିହି, ୨୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ମରୈଗାଁ ଠାରେ ଚାଲିଥିବା ମା ମଙ୍ଗଳା କ୍ରିକେଟରେ କେୱାଇସି କୁଣ୍ଡିସାହି ଫାଇନାଲରେ ପହଞ୍ଚିଛି । ତିନିଦିନ ଧରି ଚାଲିବାକୁ ଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ କେୱାଇସି କୁଣ୍ଡିସାହି ପଞ୍ଚୁଗୋଛିଆକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଚୁଗୋଛିଆ ନିର୍ଦ୍ଧାରିତ ୬ଓଭରରେ ୫୧ରନ ସଂଗ୍ରହ କରିଥିଲା । ତାର ଜବାବରେ କେୱାଇସି କୁଣ୍ଡିସାହି ନଇମି ଓ ରମଜାନଙ୍କ ଦମଦାର ବ୍ୟାଟିଂ ଦ୍ୱାରା ୫.୨ଓଭରରେ ୫୪ରନ ସଂଗ୍ରହ କରି ବିଜୟ ହାସଲ କରି ପ୍ରଥମ ଦଳଭାବେ ଫାଇନାଲରେ ପ୍ରବେଶ କରିଥିଲା । ଏହି ମ୍ୟାଚରେ ନିରଞ୍ଜନ ବାରିକ ଓ ସତ୍ୟାନନ୍ଦ ନାୟକ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଗୋପୀନାଥ ନାୟକ, ବିକାଶ ଜେନା ଓ ମଣ୍ଟୁ ଯେଜନା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.