Home ଜିଲ୍ଲା ପରିକ୍ରମା ହାଜରତ ସରକାର ବାବାଙ୍କ ଫତେ ଉତ୍ସବ ପାଇଁ ପ୍ରଶାସନିକ ବୈଠକ

ହାଜରତ ସରକାର ବାବାଙ୍କ ଫତେ ଉତ୍ସବ ପାଇଁ ପ୍ରଶାସନିକ ବୈଠକ

28

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୪ ତାରିଖରେ ଭଦ୍ରକରେ ପାଳିତ ହେବାକୁ ଥିବା ହାଜରତ ସରକାର ବାବାଙ୍କ ଫତେ ଉତ୍ସବ ପାଇଁ ଆଜି ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଏସ୍‌.ପି. ଯତୀନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ପିତାମ୍ବର ସାମଲ ପ୍ରମୁଖ ଏହି ବୈଠକରେ ଯୋଗଦେଇ ପର୍ବ ପାଳନ ନେଇ ଆଲୋଚନା ରଖିଥିଲେ । ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁପାଳନ ପୂର୍ବକୁ ସବୁ ପର୍ବପର୍ବାଣୀ ପାଳନ ହେଉଥିବା ପରି ଏହି ଉତ୍ସବ ପାଳନ କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ । ଉପସ୍ଥିତ ଉତ୍ସବ ପାଳନ କମିଟିର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ କୋଭିଡ୍ ପାଇଁ ଉତ୍ସବ ପାଳନରେ କାଟଛାଣ୍ଟ କରିଥିବା ସୂଚନା ଦେଇଥିଲେ । ପ୍ରଥମେ ଜୀବନ ତାପରେ ପାଳନ ବୋଲି ସେମାନେ ପ୍ରକାଶ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଏହି ପର୍ବ ପାଳନରେ ଫଳ ଭୋଗ ନେଇ ଆସିବାକୁଥିବା ବହୁ ସଂଖ୍ୟାରେ ଦର୍ଶକମାନଙ୍କୁ ବାରଣ କରାଯାଇଛି । ସାଧାରଣ ଦର୍ଶନ ବା ଜନସମାବେଶକୁ ଦୂରେଇ ରଖିବା ପାଇଁ ସେଦିନ ଫାଟକ ବନ୍ଦ ରଖାଯିବ ବୋଲି ସୂଚନା ଦେଇଥିଲେ ।

ନିଜ ନିଜ ଘରେ ଏ ପର୍ବ ପାଳନ ପାଇଁ ସୂଚନା ଦିଆଯାଇଛି ଏବଂ ଗେଟ୍‌ରେ ମଧ୍ୟ ସୂଚନା ଫଳକ ଲଗାଯାଇଛି ବୋଲି କହିଥିଲେ । କମିଟି ଦ୍ୱାରା ନିଜ ତରଫରୁ କୋଭିଡ ନିୟମ ଅନୁପାଳନ ନେଇ ସ୍ୱତଃ ପ୍ରକୃତ ଭାବେ ନିଆଯାଇଥିବା ଏଭଳି ନିଷ୍ପତ୍ତି ପାଇଁ ଜିଲ୍ଲାପାଳ ବୈଠକରେ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ । ପର୍ବ ପାଳନ ହେବାକୁ ଥିବା ୨୩ ଓ ୨୪ ଦୁଇଦିନ ପାଇଁ ବିଦ୍ୟୁତ ସରବରାହ ଅବିଚ୍ଛିନ୍ନ ରଖିବା ଏବଂ ମ୍ୟୁନିସିପାଲିଟି ଦ୍ୱାରା ରାସ୍ତା ସଫେଇ ସାଙ୍ଗକୁ ରାସ୍ତାରେ ଆଲୁଅ ଲଗାଇବା ପାଇଁ କମିଟି ତରଫରୁ ଅନୁରୋଧ ମତେ ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୋବାଇଲ ଗାଡ଼ି ନିୟୋଜିତ ହେବା ସହ ପୋଲିସ୍ ବିଭାଗ ତରଫରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଏ.ଏସ୍‌.ପି. ମଧ୍ୟ ସୂଚନା ଦେଇଥିଲେ । ଉପଖଣ୍ଡ ପୋଲିସ୍ ଅଧିକାରୀ ସାର୍ଥକ ରାୟ, ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ନାୟକ, ପୁରୁଣାବଜାର ଥାନାଧିକାରୀ ପ୍ରକାଶ ଚନ୍ଦ୍ର ପୃଷ୍ଟି, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ, ତହସିଲଦାର ଭଦ୍ରକ ନବକୃଷ୍ଣ ଜେନା, ଆର.ଆଇ. ପୋଲିସ୍ ମନୋରଂଜନ ତରାଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଉତ୍ସବ ପାଳନ କମିଟି ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.