Home ଜିଲ୍ଲା ପରିକ୍ରମା ଆଇନ୍‌ଜୀବୀ ସତ୍ୟପ୍ରକାଶ ଗୁପ୍ତାଙ୍କ ଦେହାନ୍ତ; ଭଦ୍ରକ କୋର୍ଟ କାର୍ଯ୍ୟ ଗୋଟିଏ ଦିନ ବନ୍ଦ

ଆଇନ୍‌ଜୀବୀ ସତ୍ୟପ୍ରକାଶ ଗୁପ୍ତାଙ୍କ ଦେହାନ୍ତ; ଭଦ୍ରକ କୋର୍ଟ କାର୍ଯ୍ୟ ଗୋଟିଏ ଦିନ ବନ୍ଦ

26

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ବରିଷ୍ଠ ଟ୍ୟାକ୍ସ ଅଧିବକ୍ତା ସତ୍ୟପ୍ରକାଶ ଗୁପ୍ତାଙ୍କର ୬୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ଚରମ୍ପା ଡାହାଣୀଗଡିଆ ନିବାସୀ ସ୍ୱର୍ଗତଃ ଗୁପ୍ତା ଟ୍ୟାକ୍ସ ପରାମର୍ଶଦାତା ଭାବେ ବେଶ୍ ଜଣାଶୁଣା ଥିଲେ । କିଛିଦିନ ହେବ ସେ ଅସୁସ୍ଥ ଥାଇ ଅସ୍ତ୍ରୋପଚାର କରାଇଥିଲେ । ମାତ୍ର ଆଜି ତାଙ୍କର ମୃତ୍ୟୁ ଖବର ପାଇ ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ର, ସଂପାଦକ ଜିତେନ କୁମାର ପଣ୍ଡା, ଉପସଭାପତି କରୁଣାକର ଦାସ, ସଂଘର ପୂର୍ବତନ ସଭାପତି ବିଷ୍ଣୁମୋହନ ମହାପାତ୍ର ପ୍ରମୁଖ ଶତାଧିକ ଆଇନ୍‌ଜୀବୀ ତାଙ୍କ ମୃତ ଶରୀର ନିକଟରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ଭଦ୍ରକ ଓକିଲ ସଂଘର ସମ୍ମିଳନୀ କକ୍ଷରେ ଆହୂତ ଏକ ଶୋକସଭା ସଭାପତି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂପାଦକ, ଉପସଭାପତି ତଥା ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା, ଯତିକାନ୍ତ ନାୟକ, ପର୍ଶୁରାମ ଦ୍ୱିବେଦୀ, ପବନ ଶର୍ମା, ବିଷ୍ଣୁମୋହନ ମହାପାତ୍ର, ବିଜନ ଜେନା, ଗଦାଧର ବଳ, ନିଶିକାନ୍ତ ନାୟକ, ସଂଜୟ ମାଝୀ, ଦେବାଶିଷ ନାୟକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ରାଜୀବ ବାରିକ, ନିକୁଞ୍ଜ ପୁହାଣ, ଅଶୋକ କୁମାର ନାୟକ, ରଶ୍ମିରଂଜନ ଦୀକ୍ଷିତ୍‌, ସନାତନ ଦୀକ୍ଷିତ୍‌, ଆଦିକନ୍ଦ ନାୟକ ପ୍ରମୁଖ ଶତାଧିକ ଆଇନ୍‌ଜୀବୀ ଯୋଗଦେଇ ସ୍ୱର୍ଗତଃ ଗୁପ୍ତାଙ୍କ ସ୍ମୃତିଚାରଣ କରିଥିଲେ । ଆଜି ତାଙ୍କ ମୃତ୍ୟୁ ପାଇଁ ଓକିଲ ସଂଘର ନିଷ୍ପତ୍ତି କ୍ରମେ ସମସ୍ତ କୋର୍ଟ କାର୍ଯ୍ୟ ଗୋଟିଏ ଦିନ ପାଇଁ ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.