Home ଜିଲ୍ଲା ପରିକ୍ରମା ଦୁଇ ରାଜପଥ ଲୁଟେରାଙ୍କୁ କୋର୍ଟ ଚାଲାଣ

ଦୁଇ ରାଜପଥ ଲୁଟେରାଙ୍କୁ କୋର୍ଟ ଚାଲାଣ

29

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ପାଟ୍ରୋଲିଂ ପୁଲିସ ଦ୍ୱାରା ଗତ ଗୁରୁବାର ୧୬ନଂ ଜାତୀୟ ରାଜପଥରୁ କାବୁ କରାଯାଇଥିବା ଦୁଇ ରାଜପଥ ଳୁଟେରାଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୁଲିସ । ଓଡି ୩୪ କେ ୬୦୪୦ନଂ କଳା ପଲସରରେ ଯାଜପୁର ଜିଲ୍ଲା ଯଖପୁରା ଥାନା ଅଞ୍ଚଳର ଦେବେନ୍ଦ୍ର ନାୟକ(୨୮) ଓ ଭଦ୍ରକ ବାସୁଦେବପୁର ଥାନା ସବାରପୁର ଅଞ୍ଚଳର ଏହସାନ ଖାଁ(୨୫) ରାଜପଥରେ ଲୁଟ ଉଦ୍ୟମ କରି ପୁଲିସ ହାତରେ ଧରାପଡିଛନ୍ତି । ଏଥିନେଇ ସୁଶାନ୍ତ ସିଂଙ୍କ ଅଭିଯୋଗ କ୍ରମେ ଥାନା ୨୭୯/୨୧ନଂ ମାମଲା ଋଜୁ କରାଯାଇଛି । ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ, ଦୁଇଟି ମନିପର୍ସ ଓ ନଗଦ ଏଗାର ଶହ ଟଙ୍କା ଜବତ କରିବା ସହ ଲୁଟେରାଙ୍କ ଅପରାଧିକ ଲିଙ୍କ ସମ୍ପର୍କରେ ସୁରାକ ପାଇଛି ପୁଲିସ । ଯାଜପୁର ଜିଲ୍ଲାର ଯଖପୁରା, ଯାଜପୁରରୋଡ ଆଦି ଥାନା ଅଞ୍ଚଳର ବହୁ ଡକାୟତି ଓ ଛିନତାଇ ମାମଲାରେ ସଂପୃକ୍ତ ଥିବା ପୁଲିସ ଜାଣିପାରିଛି । ଭଦ୍ରକ ଜିଲ୍ଲାର ଡକାୟତି ଓ ଛିନତାଇ ମାମଲାରେ ସଂପୃକ୍ତି ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ବୋଲି ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.