ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଶେଷ ସୀମାରେ ୧୬ନମ୍ୱର ଜାତୀୟ ରାଜପଥ ରାଣୀତାଲ ସ୍ଥିତ ହାଇଟେକ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଙ୍ଗ ଆଣ୍ଡ ମେନେଜମେଂଟ କଲେଜ ଅବସ୍ଥିତ। ଏହି କଲେଜ ନିର୍ମାଣ ପାଇଁ ବାଲେଶ୍ୱର ର ଜଣେ ବ୍ୟବସାୟୀ ବାଲେଶ୍ୱର ପଞ୍ଜାବ ନ୍ୟାସନ୍ୟାଲ ବ୍ୟାଙ୍କରୁ ୯ କୋଟିର ଋଣ କରି ନିର୍ମାଣ କରିଥିଲେ। ଏହି ଟଙ୍କା ଶୁଝିବାକୁ ବାରମ୍ବାର ବ୍ୟାଙ୍କ ନୋଟିସ ସତ୍ୱେ ମଧ୍ୟ କଲେଜ କତୃପକ୍ଷ ଶୁଣି ନଥିଲେ। ବର୍ଷ ବର୍ଷ ହେବ ଏହି ଋଣ ପରିଶୋଧ ନକରିବାରୁ ବ୍ୟାଙ୍କ ସଂପୃକ୍ତ ସଂସ୍ଥାକୁ ଡ଼ିଫଲଡର ଘୋଷଣା କରିବା ସହିତ ବାରମ୍ବାର ଏହାକୁ ବ୍ୟାଙ୍କ ଦଖଲକୁ ନେବାକୁ ଆଜି କଲେଜ ଷ୍ଟାଫ ଓ ଛାତ୍ର ଛାତ୍ରୀ ମାନଙ୍କ ରୋଷର ଶିକାର ହୋଇ ଫେରିବାକୁ ପଡିଥିଲା। ହେଲେ ଆଜି ବ୍ୟାଙ୍କ କତୃପକ୍ଷ ମାଜିଷ୍ଟ୍ରେଟ ଓ ପୋଲିସ ଧରି କଲେଜ ସମ୍ମୁଖରେ ପହଂଚିଥିଲେ। ମାତ୍ର କଲେଜ ଛାତ୍ର ଛାତ୍ରୀ ଓ କେତେକ କର୍ମଚାରୀ କଲେଜ ଗେଟକୁ ଚାବି ପକାଇ ଭିତରେ ରହିଥିଲେ। ପରେ ବ୍ୟାଙ୍କ କର୍ମଚାରୀ ଓ ପୋଲିସ ଗେଟ ତାଲା ଭାଙ୍ଗି ଭିତରକୁ ପଶିବା ସହିତ କଲେଜ ବିଲଡିଂକୁ ସିଲ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଏହି କଲେଜ ସିଜ ହେବା ପରେ ପ୍ରାୟ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ୫୦ରୁ ଅଧିକ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ବୋଲି ଆଲୋଚନା ହେଉଛି! ସବୁଠାରୁ ବଡ଼ କଥା ଲକ୍ଷ ଲକ୍ଷ ଟଙ୍କା ଦେଇ ଆଡ଼ମିସନ କରିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଏବେ ଅଭିଭାବକ ମାନେ ଚିନ୍ତାରେ! ଏହାର ସମାଧାନ ପାଇଁ ସରକାର ହସ୍ତକ୍ଷେପ କରିବାକୁ ଦାବୀ ହେଉଛି।








