Home ଓଡ଼ିଶା ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସକୁ ଘରୋଇ କରଣର ବିରୋଧ

ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସକୁ ଘରୋଇ କରଣର ବିରୋଧ

70

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୮-ନୟାଗଡ ଜିଲ୍ଲା ଚାନ୍ଦପୁରଠାରେ ୧୯୫୫ ମସିହାରେ ଓଡିଶାର ପ୍ରଥମ ମହିଳା ସ୍ୱାସ୍ଥ୍ୟ ମନ୍ତ୍ରୀ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ନାମରେ ୧୧୭ଏକର ଜମିକୁ ନେଇ ଶିଳାନ୍ୟାସ କରିଥିଲେ । ଯାହାକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ୰ଶ୍ରୀଯୁକ୍ତ ହରେକୃଷ୍ଣ ମହତାବ ୧୯୫୮ ମସିହାରେ ସମସ୍ତ ମାନବ ଜାତିପାଇଁ ସମର୍ପଣ କରିଥିଲେ । କିନ୍ତୁ କୋଭିଡ୍‌-୧୯ ମହାମାରୀ ସମୟରେ ରଣପୁର ବସନ୍ତ ମଞ୍ଜରୀଙ୍କର ନାମକୁ ଉଚ୍ଚେଦ କରି କୋଭିଡ୍ ହସ୍ପିଟାଲ ଚାନ୍ଦପୁର କରାଯାଇଅଛି । ଯାହାକୁ ନେଇ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ କ୍ରିୟାନୁଷ୍ଠାନ କମିଟି ଚାନ୍ଦପୁରଠାରେ ଏକ ସର୍ବଦଳୀୟ ବୈଠକ ଡାକିଥିଲା ।

ଯେଉଁଥିରେ ରଣପୁର ବିଧାୟକ ସତ୍ୟନାରାୟ ପ୍ରଧାନ ହୋମ୍ କ୍ୱାରେଣ୍ଟାଇନ ରେ ଥିବାରୁ ଯୋଗ ଦେଇ ପାରିନଥିଲେ । ଗଣମାଧ୍ୟମ ପ୍ରତିନିଧି, ଆଇନଜିବୀ ଓ ଚାନ୍ଦପୁର ଜୋନ୍ ର ରାଜନୈତିକ ପ୍ରତିନିଧିମାନେ ଯୋଗ ଦେଇଥିôଲେ । ସମସ୍ତେ କୋଭିଡ୍ ହସ୍ପିଟାଲ ଚାନ୍ଦପୁର ସଙ୍ଗରେ ବସନ୍ତ ମଂଜରୀଙ୍କ ନାମକୁ ଯୋଡିବା ଏବଂ ହସ୍ପିଟାଲର ପରିଚାଳନା ଦାୟିତ୍ୱ ଜିଲ୍ଲାପ୍ରଶାସନକୁ ଦେବା, ଘରୋଇକରଣ ହୋଇଥିବା ୩ ମାସର ଏମ.ଓ.ୟୁ କୁ ବାତିଲ କରିବା ମୁଖ୍ୟତଃ ଦାବି ରଖିଥିଲେ । ଏଥିସହ ଆଉ ୫ଗୋଟି ଦାବି ମଧ୍ୟ କରାଯାଇଥିଲା । ୧୫ଦିନ ପରେ ଆନ୍ଦୋଳନକୁ ବ୍ୟାପକ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.