Home ଜିଲ୍ଲା ପରିକ୍ରମା ହନୁମାନ ପଇସା ନେଣଦେଣକୁ ନେଇ ୬ ଅଭିଯୁକ୍ତ ପୁଲିସ୍ କବ୍‌ଜାରେ

ହନୁମାନ ପଇସା ନେଣଦେଣକୁ ନେଇ ୬ ଅଭିଯୁକ୍ତ ପୁଲିସ୍ କବ୍‌ଜାରେ

60

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ପୁଲିସ୍ ହନୁମାନ ପଇସା ନେଣଦେଣକୁ କେନ୍ଦ୍ର କରି ଉପୁଜିଥିବା ବିବାଦରେ ୬ ଜଣଙ୍କୁ ଥାନାରେ ଅଟକ ରଖିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ହନୁମାନ ପଇସାକୁ କେନ୍ଦ୍ର କରି ଏହି ଥାନା ଅଧୀନସ୍ଥ କାଣ୍ଡଗରଡି ପଂଚାୟତର ମଧୁପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ୫ ଜଣ ଅପହରଣ କରି ତାର ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ପୁଲିସ୍ ପାଖରେ ଅଭିଯୋଗ ପହଞ୍ôଚବା ପରେ ତଦନ୍ତ କରାଯାଇ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଧରି ପଚରା ଉଚୁରା ଜାରି ରଖିଛି । ଚାନ୍ଦବାଲି ଓ ମତୋ ପୁଲିସ୍ ଦିଗୋଛିଆ, ଉଗ୍ରତରା ଓ ମତୋ ଅଂଚଳରେ ଚଢାଉ କରି ଉପରୋକ୍ତ ୬ ଜଣଙ୍କୁ ଧରିବାରେ ସଫଳ ହୋଇଛି । ତେବେ ଏହି ଘଟଣା ମୂଳରେ ହନୁମାନ ପଇସାର ରାକେଟ ରହିଥିବାବେଳେ ଏଥିରେ ବହୁ ବ୍ୟକ୍ତି ସଂପୃକ୍ତ ଥିବାର ସନ୍ଦେହ କରାଯାଉଛି । ଏବଂ ଏହା ମୂଳରେ ନାଲଗୁଣ୍ଡା ପଂଚାୟତର ଜଣେ ରାଜନେତାଙ୍କ ପୁତ୍ର ମୁଖ୍ୟ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.