Home ଓଡ଼ିଶା ଆଦିବାସୀ ଗ୍ରାମରେ ନେହୁର ସେବା କେନ୍ଦ୍ର ଓ କ୍ଲିନ ଇଣ୍ଡିଆର ସଫେଇ କାର୍ଯ୍ୟକ୍ରମ

ଆଦିବାସୀ ଗ୍ରାମରେ ନେହୁର ସେବା କେନ୍ଦ୍ର ଓ କ୍ଲିନ ଇଣ୍ଡିଆର ସଫେଇ କାର୍ଯ୍ୟକ୍ରମ

66

ମାଲକାନଗିରି,୨୦ା୧୦ (ଓଡିଆ ପୁଅ ) ମାଲକାନଗିରି ବ୍ଲକ ଆଦିବାସୀ ଅଧ୍ୟୁଷିତ ତୁମୁସାପାଲ୍ଲି ପଚାଂୟତ ଚିଡିପାଲି ଗ୍ରାମରେ କ୍ଲିନ ଇଣ୍ଡିଆ ସଫେଇ କାର୍ଯାକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଆଜି ସକାଳେ ଚିଡିପାଲି ଗ୍ରାମରରେ ନେହେରୁ ଯୁୂବକେନ୍ଦ୍ର ସହାୟତାରେ ଗ୍ରାମର ନଟେନ ଲେୟର ଯୁବ ସଂଘ ପକ୍ଷରୁ ଗ୍ରାମର ନାଳ ନର୍ଦ୍ଦମା, ଓ ଗ୍ରାମ ସ୍କୁଲ,ଅଙ୍ଗନ ଓ୍ୟାର୍ଡି କେନ୍ଦ୍ର ପରିସର ରେ ଥିବା ଅନାବନା ଘାଷ ଗୁଡିକୁ କାଟି ସଫାକରାଯାଇ ଥିଲା । ନଳକୂପ ଓ ଡ୍ରେନ ଗୁଡିକୁ ମଧ୍ୟ ସଫାକରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏମଭି୪୭ ଗ୍ରାମ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ରମେଶ ଚନ୍ଦ୍ର ମହାରଣା,ସମ୍ମାନିତ ଅତିଥି ଭାବେ କୋରକୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଇର୍ମା କବାସୀ,ତୁମୁସାପାଲି ସରପଚଂ ଗାଙ୍ଗି ମାଢି,ଦମୟନ୍ତି ନାୟକ,ରାମେ ମାଢି,ମଦନ ଖିଲ,ପ୍ରଭାସ ମାଡକାମି,ପ୍ରାଶାନ୍ତ ପୁଜାରୀ, ଲାକା ମାଢି ଙ୍କ ସହିତ ଗ୍ରାମର ଶତାଧିକ ମହିଳା, ପରୁଷ,ପିଲାମାନେ ସମସ୍ତେ ଭାଗନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.