Home ଜିଲ୍ଲା ପରିକ୍ରମା ହଦଗଡ ଡ୍ୟାମ୍‌ରେ ୨ଟି ରେଡିଏଲ୍ ଓ ୩ଟି ଅଣ୍ଡର ସୁଇଚ୍ ଗେଟ୍‌ରେ ୧୦୧ କ୍ୟୁମେକ ଜଳ...

ହଦଗଡ ଡ୍ୟାମ୍‌ରେ ୨ଟି ରେଡିଏଲ୍ ଓ ୩ଟି ଅଣ୍ଡର ସୁଇଚ୍ ଗେଟ୍‌ରେ ୧୦୧ କ୍ୟୁମେକ ଜଳ ନିଷ୍କାସିତ ତଳିଆ ଅଂଚଳକୁ ସତର୍କ କରାଇଲା ଜିଲା ପ୍ରଶାସନ

2

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ ନଦୀର ଉପରମୁଣ୍ଡରେ ଲଗାଣ ଲଘୁଚାପ ଜନିତ ବର୍ଷ ଯୋଗୁଁ ହଦଗଡ ଡ୍ୟାମ୍‌ର ଜଳଭଣ୍ଡାର ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାରକୁ କ୍ରମାଗତଃ ଜଳ ପ୍ରବେଶ ହେତୁ ଡ୍ୟାମ୍‌ର ସୁରକ୍ଷା ଦୃଷ୍ଟିରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି ରହିବ ବୋଲି ମୁଖ୍ୟଯନ୍ତ୍ରୀ ଅବବାହିକା ପରିଚାଳକଙ୍କ କାର୍ଯ୍ୟାଳୟ ବୈତରଣୀ ଅବବାହିକା, କେଉଁଝର ସଂଜୀବ ନାୟକ ଭଦ୍ରକ ଜିଲାପାଳଙ୍କୁ ପତ୍ର ଦ୍ୱାରା ଜଣାଇଛନ୍ତି। ଡ୍ୟାମ୍ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ରାତି ୮ଟା ସୁଦ୍ଧା ପ୍ରତି ସେକେଣ୍ଡରେ ୧୦୧ କ୍ୟୁମେକ ଜଳ ପ୍ରବେଶ କରୁଥିବାବେଳେ ସେହି ପରିମାଣର ଜଳ ୨ଟି ରେଡିଏଲ୍ ଗେଟ୍ ଓ ୩ଟି ଅଣ୍ଡର ସୁଇଚ୍ ଗେଟ୍ ଦେଇ ନିଷ୍କାସିତ ହେଉଛି। ତେବେ ବନ୍ୟାକୁ ଦୃଷ୍ଟିରେ ରଖି ସାଳନ୍ଦୀ ନଦୀକୁ ୬୮ କ୍ୟୁମେକ୍ ଜଳ ନିଷ୍କାସନ କରାଯାଉଥିବାବେଳେ ଅବଶିଷ୍ଟ ନିଷ୍କାସିତ ଜଳ କେନାଲକୁ ଛଡାଯାଉଛି। ସୂଚନାଯୋଗ୍ୟ ହଦଗଡ ଡ୍ୟାମ୍‌ର ଜଳଧାରଣ ସର୍ବୋଚ୍ଚ କ୍ଷମତା ୮୨.୩୦ ମିଟର। ଏବେ ୭୮.୮୪ ମିଟର ଜଳ ଗଚ୍ଛିତ ରହିଛି। ସାଳନ୍ଦୀ ନଦୀକୁ ଡ୍ୟାମ୍‌ରୁ ଜଳ ନିଷ୍କାସିତ ହେବା ସଂପର୍କରେ ସୂଚନା ଦେବା ପରେ ପ୍ରଶାସନ ପକ୍ଷରୁ ନଦୀତଟବର୍ତୀ ଅଂଚଳ ଗୁଡିକ ପ୍ରତି ଜିଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.