Home ଜିଲ୍ଲା ପରିକ୍ରମା ମାକ୍ରୋୱେବ ଟେକ୍ନୋଲୋଜିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ, ନବସଂଶୋଧିତ ‘ବନ୍ଦେ ମାତରମ୍‌’ ପରିବେଷଣ ମୁଖ୍ୟ ଆକର୍ଷଣ

ମାକ୍ରୋୱେବ ଟେକ୍ନୋଲୋଜିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ, ନବସଂଶୋଧିତ ‘ବନ୍ଦେ ମାତରମ୍‌’ ପରିବେଷଣ ମୁଖ୍ୟ ଆକର୍ଷଣ

2

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥିତ ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶଭକ୍ତିର ଭାବନାରେ ପାଳିତ ହୋଇଛି । ଏହି ଅବସରରେ ସାଂସଦ ଅଭିମନ୍ୟୁ ସେଠୀ ଜାତୀୟ ପତାକା ଉତୋଳନ ପୂର୍ବକ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସମଗ୍ର ଭାରତ ବର୍ଷକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାପାଇଁ ତାଙ୍କ ବିବୃତିରେ କହିଥିଲେ। ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା ନବସଂଶୋଧିତ ‘ବନ୍ଦେ ମାତରମ୍‌’ ଗୀତର ସମୂହ ପରିବେଷଣ । ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଦେଶଭକ୍ତିର ଭାବନାରେ ଗାଇଥିବା ଏହି ଗୀତ ସମଗ୍ର ପରିବେଶକୁ ଦେଶପ୍ରେମରେ ଭରି ଦେଇଥିଲା । ସ୍ୱାଧୀନତା ଦିବସ ଅବସରରେ ମାକ୍ରୋୱେବ ଟେକ୍ନୋଲୋଜିର ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଦେଶଭକ୍ତିମୂଳକ ଗୀତ, ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦେଶର ଏକତା, ଅଖଣ୍ଡତା ଓ ସାଂସ୍କୃତିକ ବିବିଧତାର ବାର୍ତା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସାମ୍ବାଦିକ ସଂଜୀବ ନାୟକ,ନିର୍ଦ୍ଧେଶିକା ନମ୍ରତା ରାୟ , ପରିଚାଳନା ନିର୍ଦ୍ଧେଶକ ମନୋଜ କୁମାର ରାୟ, ମାକ୍ରୋୱେବ ସୋଲାର ର ପ୍ରକଳ୍ପ ମୁଖ୍ୟ ସମରେନ୍ଦ୍ର କୁମାର ପୁହାଣ, ରଶ୍ମି ରଞ୍ଜନ ବେହେରା , ଶୁଭସ୍ମିତା ମଲ୍ଲିକ , ରଶ୍ମିପ୍ରଭା ରାଉଳ , ମଧୁସ୍ମିତା ନାୟକ , ରାଜ କିଶୋର ମହାନ୍ତି , ରେବତୀ ବେହେରା , ଆକାଶ ରଞ୍ଜନ ରାଉତରାୟ , ରୁଦ୍ର ନାରାୟଣ ମହାନ୍ତି, ଅର୍ଶଦ ଅଲ୍ଲୀ ଖାଁ , ସୁମନ ପଣ୍ଡା , ନିର୍ମଳ ମାଝୀ , ତପସ୍ୱିନୀ ଶାନ୍ତ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଅନୁଷ୍ଠାନରେ ବକ୍ତାମାନେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ କରିଥିବା ସ୍ୱାଧୀନତା ସଂଗ୍ରାମୀ ଓ ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରିବା ସହ ଯୁବପିଢ଼ିଙ୍କୁ ଦେଶର ଉନ୍ନତିରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମଟି ଦେଶପ୍ରେମ, ଉତ୍ସାହ ଓ ଆନନ୍ଦମୟ ପରିବେଶ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.