Home କେନ୍ଦୁଝର ହଦଗଡ ଡ୍ୟାମରେ ବୁଡି ଡାକ୍ତରୀ ଛାତ୍ର ନିଖୋଜ ସନ୍ଦେହ

ହଦଗଡ ଡ୍ୟାମରେ ବୁଡି ଡାକ୍ତରୀ ଛାତ୍ର ନିଖୋଜ ସନ୍ଦେହ

88

ହାଟଡ଼ିହି,୨୩ / ୭/ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ହଦଗଡ ସାଳନ୍ଦୀ ଡ୍ୟାମରେ ବୁଡି ଜଣେ ଡାକ୍ତରୀ ଛାତ୍ର ନିଖୋଜ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏନେଇ ଗତକାଲି ଠାରୁ ଅଗ୍ନିଶମ ବିଭାଗ ଓ ପରିବାର ଲୋକଙ୍କ ପକ୍ଷରୁ ଖୋଜାଖୋଜି ଚାଲିଥିଲେ ମଧ୍ୟ ଛାତ୍ରଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ । ଖବରରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ବନ୍ତଳା ଗ୍ରାମର ସୁରେନ୍ଦ୍ର କୁମାର ଜେନାଙ୍କ ପୁଅ ସ୍ମାରକ କୁମାର ଜେନା (ବାପି) ଭୁବନେଶ୍ୱର ସ୍ଥିତ ଡ. ଅଭିନ୍ନ କୁମାର ହୋମିଓ ପାଥିକ କଲେଜର ଛାତ୍ର । ସେ ଗତକାଲି ଅପରାହ୍ନରେ ହଦଗଡ ବୁଲିବାକୁ ଯାଇଥିବାବେଳେ ଆଉ ଘରକୁ ଫେରି ନଥିଲା । ସନ୍ଧ୍ୟାରେ ସ୍ଥାନୀୟ ଲୋକମାନେ ତାଙ୍କ ବାଇକ୍‌ଟି ଡ୍ୟାମ ଉପରେ ରଖାଯାଇଥିବା ଦେଖି ତାଙ୍କ ଘରକୁ ଫୋନ କରି ଜଣାଇବାପରେ ପରିବାର ଲୋକେ ପହଞ୍ଚି ତାଙ୍କୁ ଖୋଜାଖୋଜି କରିଥିଲେ । ଡ୍ୟାମ ଭିତରେ ପାଣିରେ ବାପିର ଚପଲ ଭାଷୁଥିବା ଦେଖିବାକୁ ପାଇଥିଲେ । ଏହାଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି କରିବାପରେ ହାଟଡିହି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ହାଟଡିହି ଅଗ୍ନିଶମ ବିଭାଗ ପକ୍ଷରୁ ଗତକାଲି ରାତି ଓ ଆଜି ଦିନ ତମାମ ବୋଟରେ ଡ୍ୟାମ ଭିତରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସ୍ମାରକଙ୍କ କୌଣସି ସନ୍ଧାନ ମିଳିପାରି ନଥିବା ଜଣାଯାଇଛି । ସେମାନଙ୍କ ପାଖରେ ପାଣିରେ ବୁଡି ଖୋଜିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଏବେ ଡ୍ୟାମ ଭିତରେ ୧୫୦ଫୁଟ ଉଚ୍ଚତାର ପାଣି ଥିବାରୁ ଓଡ୍ରାଫ୍ଟ ଟିମ ଡକାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.