Home କେନ୍ଦୁଝର ସୋସୋ-ବେଲମଳା ରାସ୍ତା ଅବସ୍ଥା ଶୋଚନୀୟ

ସୋସୋ-ବେଲମଳା ରାସ୍ତା ଅବସ୍ଥା ଶୋଚନୀୟ

28

ହାଟଡ଼ିହି,୨୩ / ୭/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ବେଲମଳା ଗାଁଟି ଗମନା ଗମନ କ୍ଷେତ୍ରରେ ଅବହେଳିତ ହୋଇ ପଡିଛି । ଗାଁରେ ୫ଶହରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ଏମାନେ ମୁଖ୍ୟତ ସୋସୋ କେନାଲ ରାସ୍ତାଟିରେ ନିର୍ଭର କରିଥାନ୍ତି । ଗାଁରୁ ସୋସୋ ପଞ୍ଚାୟତ କାର୍ଯ୍ୟାଳୟକୁ ତଥା ଡାକ୍ତରଖାନା, ସୋସୋ କଲେଜ ଓ ଆଗରପଡାକୁ ଯିବାପାଇଁ ଏହି କେନାଲ ରାସ୍ତାଟି ଉପରେ ଗାଁ ସାରା ଲୋକ ନିର୍ଭର କରୁଥିବାବେଳେ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡିଛି । ସାମାନ୍ୟ ବର୍ଷାରେ ରାସ୍ତାଟି କାଦୁଅ ପଚପଚ ହୋଇପଡିଥିବାରୁ ଲୋକମାନେ ୪କିଲୋମିଟର ଅଧିକ ବାଟ ବାରିଗାଁ ଦେଇ ଯିବା ଆସିବା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଏହି ରାସ୍ତାଟିକୁ ମରାମତି କରିବା ପାଇଁ ସୁରଥ ମହାକୁଡ, ଅଲେଖ ଭୂୟାଁ, ମାନସ ଭୂୟାଁ, ତୃପ୍ତୀ ରଞ୍ଜନ ଭୂୟାଁ ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.