Home କେନ୍ଦୁଝର ସଢ଼ା ପଞ୍ଚାୟତ ଦୁର୍ନ୍ନୀତିର ତଦନ୍ତ ବେଳେ ଦୁଇଗୋଷ୍ଠୀ ହାତାହାତି

ସଢ଼ା ପଞ୍ଚାୟତ ଦୁର୍ନ୍ନୀତିର ତଦନ୍ତ ବେଳେ ଦୁଇଗୋଷ୍ଠୀ ହାତାହାତି

20

ହାଟଡ଼ିହି, ୧୦/ ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ଦୁର୍ନ୍ନୀତି ଅଭିଯୋଗର ତଦନ୍ତ ବେଳେ ଦୁଇ ଗୋଷ୍ଠୀ ହାତାହାତି ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ସଢ଼ା ପଞ୍ଚାୟତରେ ଗତ ୫ବର୍ଷ ଭିତରେ ହୋଇଥିବା ଉନ୍ନୟନ କାର୍ଯ୍ୟରେ ଅନେକ ଅନିୟମିତତା ହୋଇଥିବା ନେଇ କିଛି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ଆଜି ଡି.ଆର.ଡି.ଏ. ର ଜିଲ୍ଲା ପ୍ରୋଗ୍ରାମ ଅଫିସର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସଦର ବ୍ଲକର ସହକାରୀଯନ୍ତ୍ରୀ ପ୍ରମୁଖ ସଢ଼ା ପଞ୍ଚାୟତକୁ ତଦନ୍ତ ପାଇଁ ଯାଇଥିଲେ । ଅଧିକାରୀମାନେ ଆସୁଥିବା ଜାଣି ଅଭିଯୋଗକାରୀ ଗ୍ରାମବାସୀମାନେ ଏକଯୁଟ ହୋଇ ବସିଥିବାବେଳେ ଶାସକ ଦଳର ସମର୍ଥକ ମାନେ ମଧ୍ୟ ଅଧିକାରୀ ମାନଙ୍କ ପଛେପଛେ ଯାଇଥିଲେ । ଅଧିକାରୀମାନେ ନାଗାତୋଟା ଗ୍ରାମରେ ତଦନ୍ତ କରିଥିଲେ । ଏହି ଗ୍ରାମରେ ଏକ ରାସ୍ତା ନିର୍ମାଣ ହୋଇଥିବା ସରକାରୀ କାଗଜପତ୍ରରେ ଉଲେଖ ଥିବାବେଳେ ବାସ୍ତବରେ ଆଦୌ କାମ କରାନଯାଇ ମୁଠେ ମାଟି କି ମୋରମ ନପଡି ମଧ୍ୟ କିପରି ୨ଲକ୍ଷ ୬୬ହଜାର ଟଙ୍କା ହଡପ କରାଯାଇଛି ସେନେଇ ତଦନ୍ତ କାରୀ ଅଧିକାରୀଙ୍କ ନିକଟରେ ଗ୍ରାମବାସୀମାନେ ସେହି ରାସ୍ତାକୁ ଦେଖାଇଥିଲେ । ସେହି ସମୟରେ ଉଭୟ ଗୋଷ୍ଠୀର ଶହଶହ ଲୋକ ରୁଣ୍ଡିଭୁତ ହୋଇ ଯଯୁକ୍ତିତର୍କ ଲାଗିବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇଥିଲା । ତଦନ୍ତକାରୀ ଅଧିକାରୀମାନେ ତଦନ୍ତ କରି ଫେରିଆସିବାପରେ ରାସ୍ତାରେ ଯାଉଥିବା ଜଣେ ଯୁବକକୁ ଶାସକ ଦଳର କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବରପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ପରିସ୍ଥିତି ଅନୁଧ୍ୟାନ କରୁଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ପଞ୍ଚାୟତ ବିଗୁଲ ବାଜିବାପରେ ଏବେ ପ୍ରତି ପଞ୍ଚାୟତରେ ଦୁଇ ତିନିଗୋଷ୍ଠୀ ହୋଇ ଛକ୍କା ପଞ୍ଝା ଲାଗିଥିବାବେଳେ ଏପରି ତଦନ୍ତ କରାଯିବା କେତେଦୁର ଯଥାର୍ଥ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.