Home କେନ୍ଦୁଝର ମରୈଗାଁରେ ଠିକାକାମକୁ ନେଇ ଆକ୍ରମଣ, ଜଣେ ଆହତ

ମରୈଗାଁରେ ଠିକାକାମକୁ ନେଇ ଆକ୍ରମଣ, ଜଣେ ଆହତ

19

ହାଟଡ଼ିହି, ୧୦/ ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ମରୈଗାଁ ଗ୍ରାମରେ ଠିକା କାମକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଉତ୍ତେଜନା ଲାଗି ରହିଥିବାବେଳେ ଆଜି ମରୈଗାଁ ବଜାରରେ ପ୍ରମୋଦ ମୈକାପ ନାମକ ଜଣେ ବ୍ୟକ୍ତିକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ମରୈଗାଁ ପଞ୍ଚାୟତରେ ହେଉଥିବା ଉନ୍ନୟନ କାର୍ଯ୍ୟର ଠିକାଦାରୀକୁ ନେଇ ଗତ ୫/୬ଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି । ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀର କାମକୁ ବନ୍ଦ କରିବାରୁ ଉଭୟ ଗୋଷ୍ଠୀଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ସକାଳେ ଗ୍ରାମର ପ୍ରମୋଦ ମୈକାପ ଓ ଶରତ ସେଠୀଙ୍କ ଭିତରେ ଏହି କାମକୁ ନେଇ ପାଟିତୁଣ୍ଡ ଝଗଡା ଝାଟି ହୋଇଥିଲା । ପରେ ଶରତ ଓ ତାଙ୍କ ଭାଇ ଅମର ସେଠୀ ପ୍ରମୋଦକୁ ଏକ ମାଛକଟା ପନିକିରେ ଆକ୍ରମର କରିବାରୁ ପ୍ରମୋଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକମାନେ ପ୍ରମୋଦଙ୍କୁ ପ୍ରଥମେ ହାଟଡିହି ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳକୟ ନେଇ ଚିକିତ୍ସା କରାଉଛନ୍ତି । ଏନେଇ ପ୍ରମୋଦଙ୍କ ପୁଅ ଆର୍ଯ୍ୟଭଟ୍ଟ ମୈକାପ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.