Home କେନ୍ଦୁଝର ପୋକରା ଚାଉଳ ଯୋଗାଣକୁ ନେଇ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ

ପୋକରା ଚାଉଳ ଯୋଗାଣକୁ ନେଇ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ

47

ହାଟଡ଼ିହି, ୧୦/ ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ଓ କେନ୍ଦ୍ରସରକାର ବିଭିନ୍ନ ଯୋଜନାରେ ପିଡିଏସ ସାମଗ୍ରୀ ମାଧ୍ୟମରେ ଖାଉଟି ମାନଙ୍କୁ ଚାଉଳ ଯୋଗାଇ ଦେଉଥିଲେବି ଅନେକ ସମୟରେ ପୋକରା ଚାଉଳ ଯୋଗାଣ କରାଯାଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗତ କିଛିଦିନ ତଳେ ଖାଳିଆମେଣ୍ଟାର ଜଣେ ହିତାଧିକାରୀ ପୋକରା ଚାଉଳ ଦିଆଯାଇଥିବା ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ସେହିପରି ହାଟଡିହି ପଞ୍ଚାୟତରେ ମଧ୍ୟ ଅନୁରୁପ ଅଭିଯୋଗ ଆସିଛି । ଏଠାରେ ଚାଉଳ ବଣ୍ଟନ କରୁଥିବା ଏସଏସଜି ଗ୍ରୁପ ଲୋକଙ୍କୁ ପୋକରା ଓ ଅତି ନିମ୍ନମାନର ଚାଉଳ ବାଣ୍ଟିବାରୁ ଲୋକମାନେ ଏହି ଚାଉଳକୁ ଗ୍ରହଣ କରିନଥିଲେ । ଯଦିଓ କିଛି ହିତାଧିକାରୀ ଚୁପ ହୋଇ ନେଇଯାଇଥିଲେ ଆଉ କିଛି ଏହାର ପୋକ ସାଲୁବାଲୁ ଚାଉଳ କାହିଁକି ଦେବ ବୋଲି କହି ଦୃଢ଼ ପ୍ରତିବାଦ କରିବାରୁ ରିଟେଲର ସେମାନଙ୍କ ଚାଉଳକୁ ବଦଳକରି ଭଲ ଚାଉଳ ଦେଇଥିଲା । ଏଠାରେ ପ୍ରଶ୍ନ ଉଠେ ଯେ ସରକାର ମିଲର ମାନଙ୍କ ଠାରୁ ୩୪ଟଙ୍କା ଦରରେ କିଣି ଲୋକମାନଙ୍କୁ ୧ଟଙ୍କାରେ ଯୋଗାଇ ଦେଉଛନ୍ତି । ଯଦି ୩୪ଟଙ୍କାରେ ଚାଉଳ କିଣା ଯାଉଛି ତେବେ ପୋକରା ଚାଉଳ ଆସୁଛି କାହିଁକି । ନିମ୍ନମାନର ଚାଉଳ ବଣ୍ଟନ ଯୋଗୁଁ ଅନେକ ହିତାଧିକାରୀ ପିଡିଏସ ଚାଉଳକୁ ଉଠାଇ ସଙ୍ଗେ ସଙ୍ଗେ ବିକ୍ରୀକରି ବାହାରୁ ଚାଉଳ କିଣି ଖାଇବାକୁ ବାଧ୍ୟ ହେଉଛନ୍ତି । ଆନନ୍ଦପୁର ଉପଖଣ୍ଡର ପଦନା ଠାରେ ଯୋଗାଣ ବିଭାଗର ଗୋଦାମ ôତବାବେଳେ ବିଭିନ୍ନ ମିଲରୁ ଚାଉଳ ଅଣାଯାଇ ଏଠାରେ ଗଚ୍ଛିତ ରଖାଯିବାପରେ ପ୍ରତି ପଞ୍ଚାୟତକୁ ଚାଉଳ ଯୋଗାଇ ଦିଆଯାଇଥାଏ । ମିଲ୍ ରେ ସରଟେକ୍ସ ମେସିନି ଲଗାଯାଇ ଚାଉଳ ଯୋଗାଇବା ପାଇଁ ନିୟମ ରହିଛି । କିନ୍ତୁ କିଛି ମିଲର ସରଟେକ୍ସ ମେସିନି ଲଗାଇ ମଧ୍ୟ ଚାଉଳ ଦେଉଛନ୍ତି । ଚାଉଳ ରଖାଯିବା ପୁର୍ବରୁ ଚାଉଳର ମାନ ପରୀକ୍ଷା କରିବାପାଇଁ ଅଧିକାରୀ ମଧ୍ୟ ନିୟୋଜିତ ଅଛନ୍ତି । କିନ୍ତୁ ଏତେସବୁ ପରେବି ପୋକରା ଓ ନିମ୍ନମାନର ଚାଉଳ କିପରି ଆସୁଛି ତାହା ତଦନ୍ତ ସାକ୍ଷେପ । ଜିଲ୍ଲା ଯୋଗାଣ ବିଭାଗର କିଛି ଦୁର୍ନ୍ନୀତିଗ୍ରସ୍ଥ ଅଧିକାରୀଙ୍କ ପାଇଁ ଏପରି ହେଉଥିବା ବରିଷ୍ଠ ବିଜେପି ନେତା ସୁଶାନ୍ତ କୁମାର ଜେନା ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.