Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳ ରୁ ଯୁବକର ଗଳିତ ଶବ ଉଦ୍ଧାର, ପରିଚୟ ଖୋଜୁଛି ପୁଲିସ

ସ୍ୱାଭିମାନ ଅଚଂଳ ରୁ ଯୁବକର ଗଳିତ ଶବ ଉଦ୍ଧାର, ପରିଚୟ ଖୋଜୁଛି ପୁଲିସ

64

ମାଲକାନଗିରି,୧୪ା ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ପାପରମେଟଲା ଥାନା ନିକଟବର୍ତି ଜାମଜୋଡି ନଦୀରୁ ପୁଲିସ ଗତ ସୋମବାରଦିନ ଜଣେ ଅଚିହ୍ନା ବ୍ୟକ୍ତିର ଗଳିତ ଶବ ଉଦ୍ଧାର କରିଥିଲେ । ମଙ୍ଗଳବାର ଦିନ ଉଦ୍ଧାର ଅଚିହ୍ନାବ୍ୟକ୍ତିର ମୃତ ଶରୀରରକୁ ଚିତ୍ରକୋଣ୍ଡା ହସପିଟାଲ ରେ ଶବବ୍ୟବଛେଦ କରାଯାଇଛି । ଉଦ୍ଧାର ଅଚିହ୍ନାବ୍ୟକ୍ତିର ପରିଚୟ ମିଳୁନଥିବାରୁ ପାପରମେଟଲା ପୁଲିସ ତାଙ୍କର ଫଟୋ ଜାରି କରି ତାଙ୍କର ପରିଚୟ ଖୋଜୁଛନ୍ତି । ଶବବ୍ୟବଛେଦ ପରେ ଶବଗାରାରେ ରଖାଯାଇଛି, ତାହା ଆଉ ଦୁଇଦିନ ରଖାଯିବା ପରେ ତାଙ୍କର କେହି ସଂପର୍କିୟ ନ ଆସିଲେ ପୁଲିସ ପକ୍ଷରୁ ଶବସଂସ୍କାର କରିଦିଆ ଯିବ ବୋଲି ପାପରମେଟଲା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୁଚନା ଦେଇଛନ୍ତି । ସୁଚନା ଯୋଗ୍ୟ ଯେ ଗତ ସୋମବାର ଦିନ ଜାମଯାଡି ଗ୍ରାମନିକଟ ଏକ ନଦୀରେ ଜଣେ ବ୍ୟକ୍ତିର ଶବ ଭାସୁଥିବାର ଖବର ପାଇ ସେଠାରେ ପାପରମେଟଲା ଥାନା ପୁଲିସ ପହଁଚି ନଦୀରୁ ଜଣେ ଅଚିହ୍ନା ଯୁବକର ଗଳିତ ଶବ ଉଦ୍ଧାର କରିଥିଲେ । ସେ ଯୁବକ ନଦୀକୁ ଶୌଚ କରିବାକୁ ଯାଇ କାଳେ ପାଣିରେ ଖସି ତାଙ୍କର ମୃତ୍ୟୁ ହୋଇଯାଇଥିବା ସନ୍ଦେହରେ ଆଖପାଖ ଗ୍ରାମକୁ ଖବର ପଠାଇ ତାଙ୍କର ପରିଚୟ ନ ପାଇବାରୁ ଗତ କାଲି ଶବବ୍ୟବଛେଦ କରାଯାଇ ଶବାଗାର ରଖାଯାଇଛି । ଉକ୍ତ ଯୁବକଙ୍କ ପକେଟରୁ ତାଙ୍କର ଏକ ଫଟୋ ପୁଲିସ ପାଇଛି,ଯୁବକଟି ଏକ ଫୁଲ ପ୍ୟାଣ୍ଡ ଓ ଫୁଲ ସାର୍ଟ ପିନ୍ଦିଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.