Home ଜିଲ୍ଲା ପରିକ୍ରମା ଦୁର୍ଗମ ଆଦିବାସୀ ଗ୍ରାମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ପାଳନ ଓ ଯୋଗ ଶିବିର

ଦୁର୍ଗମ ଆଦିବାସୀ ଗ୍ରାମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ପାଳନ ଓ ଯୋଗ ଶିବିର

44

ମାଲକାନଗିରି,୧୪ା୪ (ଓଡିଆ ପୁଅ ) ଦୁର୍ଗମ ଆଦିବାସୀ ମାଟାପେକା ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋରନା କଟକଣା ମଧ୍ୟରେ ସ୍ୱାସ୍ଥ୍ୟ,ଆରୋଗ୍ୟ କେନ୍ଦ୍ରଦିବସ ଓ ଯୋଗ ଶିବିର ଅନୁଷ୍ଟିତ ହୋଇଯାଇଛି । ମାଟାପେକା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସରପଂଚ ବିନାୟକ ମାଡକାମି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରେ ଡାକ୍ତର ଆନ୍ସାରୀ ମାଝୀ,ଚିକିତ୍ସାକେନ୍ଦ୍ରର ଫାର୍ମାସିଷ୍ଟ କଙ୍କନ ବିଶ୍ୱାସ,ରତନ ଚାନ୍ଦ,ସମାଜସେବି ବିନାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଂପର୍କରେ କୌତୁକ ପ୍ରତି ଯୋଗୀତା କରାଯାଇଥିଲା । କୃତି ପ୍ରତି ଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନକରିଥିଲେ । ସମଗ୍ର ବିଶ୍ୱରେ କରୋନା ମହାମାରିର ଆତଙ୍କ ଚାଲିଥିବା ବେଳେ ଦେହ ଓ ମନକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ନିୟମିତ ଯୋଗ ଅଭ୍ୟାସର ଆବଶ୍ୟକତା ରହିଛି । ଦୁର୍ଗମ ମାଟାପେକା ଆଦିବାସୀ ଗ୍ରାମରେ କୋଭିଡ ନିୟମ ପାଳନସହ ମାସ୍କପରିଧାନ ସହ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ ଶିବିର କରାଯାଇଛି । ସେ ଅଚଂଳଟି କୋୟା ଆଦିବାସୀ ଗ୍ରାମ ହୋଇଥିବାରୁ କୋୟାଭାଷାରେ ଯୋଗା ଆସନର ଉପକାରିତା ଓ କୋଭିଡ ନିୟମ ସଂପର୍କରେ ଗ୍ରାମବାସୀ ମାନଙ୍କୁ ଅତିଥି ମାନେ ବୁଝାଇଥିଲେ ।ଏହି ଶିବିରରେ ଆଗ୍ରହ ସହକାରେ ଗ୍ରାମର ଆଦିବାସୀ ମହିଳା,ପୁରଷ ଓ ଯୁବଗୋଷ୍ଟି ଉପସ୍ଥିତ ରହି ଯୋଗଅଭ୍ୟାସ କରିଥିଲେ । ଏହି ଶିବରରେ ଯୋଗଗୁରୁ ବିନାଶ କୁମାର ମିଶ୍ର ଯୋଗ ପ୍ରଶିକ୍ଷଣ ଦେଇଥିଲେ । ଶେଷରେ ନାଗେଶ ମାଡକାମି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.