Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳର ହଳଦୀ ବିଶ୍ୱ ଦରବାରରେ ପହଁଚାଇବା ସହ ସମସ୍ତ ଦୁର୍ଗମ ଗ୍ରାମକୁ ରାସ୍ତା ସଂଯୋଗିକରଣ...

ସ୍ୱାଭିମାନ ଅଚଂଳର ହଳଦୀ ବିଶ୍ୱ ଦରବାରରେ ପହଁଚାଇବା ସହ ସମସ୍ତ ଦୁର୍ଗମ ଗ୍ରାମକୁ ରାସ୍ତା ସଂଯୋଗିକରଣ ହେବ

90

ମାଲକାନଗିରି,୨ା୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଥ ମାଓପ୍ରବଣ ସ୍ୱାଭିମାନ ଅଚଂଳରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ସେମାନଙ୍କ ପାରମ୍ପାରିକ ହଳଦୀ ଚାଷ କୁ ଗୁରୁତ୍ୱ ଦିଆ ଯାଇ ସମସ୍ତଚାଷୀ ମାନଙ୍କୁ ମାଗଣାରେ ହଳଦୀ ବିହନ,ତାଲିମ ସହ ଚାଷପାଇଁ ପ୍ରତ୍ସାହନ ଯୋଗାଇ ଦିଆ ଯିବ,ସ୍ୱାଭିମାନ ଅଚଂଳର ହଳଦୀ ଗୁଡିକ କନ୍ଧମାଳ ହଳଦୀ ଠାରୁ ଉନ୍ନତ ମାନର ହୋଇଥିବାରୁ ଏହାକୁ ବିଶ୍ୱଦରବାରରେ ପହଁଚାଇ ହଳଦୀ ପ୍ରୋସେସିଂ ୟୁନିଟ, ଶୀତଳଭଣ୍ଡାର,ପ୍ୟାକିଙ୍ଗ ୟୁନିଟ ସ୍ଥାପନ କରାଯିବା ପାଇଁ ପ୍ରସ୍ଥାପ ରହିଛି । ଏଥିପାଇଁ ସ୍ୱାଭିମାନ ଅଚଂଳରେ କେଉଁ କେଉଁ ଗ୍ରାମରେ ହଳଦୀ ଚାଷକରାଯିବ ଅଧିକାରୀ ମାନେ ସର୍ଭେ ଆରମ୍ଭ କରିଦେଇଛନ୍ତି । ହଳଦୀ ଚାଷ ପାଇଁ ଜଳସେଚନର ବ୍ୟବସ୍ଥା ସହ ଚାଷୀ ମାନଙ୍କୁ ବୈଜ୍ଞାନିକ ପ୍ରଣାଳିରେ ତାଲିମ ଦିଆଯିବା ପାଇଁ ଚାଷୀମାନଙ୍କ ନାମପଜିଂକରଣ ହୋଇସାରିଛି । ସେଠାକାର ଅଧିବାସୀ ମାନେ ଗଜେଂଇ ଚାଷବଦଳରେ ହଳଦୀଚାଷ କରି ସମ୍ମାନର ସହିତ ରୋଜଗାରକ୍ଷମ ହୋଇପାରିବେ । ସ୍ୱାଭିମାନ ଅଚଂଳର ହଳଦୀ ଦେଶ ବିଦେଶ ବଜାରରେ ଯେପରି ଆଦର ଲାଭକରିବ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଇଟଂରନେଟ ,ୱେବସାଟ ରେ ପ୍ରସାର ଓ ପ୍ରଚାର   କରାଯିବ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏକ ସ୍ବତନ୍ତ୍ର ସାକ୍ଷାତକାରରେ  କହିଛନ୍ତି,ସ୍ୱାଭିମାନ ଅଚଂଳ ରେ ଗୁରୁପ୍ରୟୀସେତୁ ନିର୍ମାଣ ହେବାପରେ ସେଠାକାର ପରିସ୍ଥତି ବଦଳି ଯାଇଛି । ଦୁର୍ଗମ ଅପହଁଚ ଇଲାକାର ପ୍ରତି ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇ ପ୍ରତି ପଚାଂୟତ ସଦର ମହକୁମାକୁ ସଂଯୋଗୀକରଣ ର ବ୍ୟବସ୍ଥା ଖୁବ ଶିଘ୍ର ହେବାକୁ ଯାଉଛି ।ସ୍ୱାଭିମାନ ଅଚଂଳରେ ଅତ୍ୟାଧୁନିକ ଶୈଳିରେ ଦୁଇଟି ଝୁଲା ପୋଲ ନାର୍ମାଣ ହୋଇ ଅନେକ ବିଛିନ୍ନ ଗ୍ରାମକୁ ସଡକପଥରେ ସଂଯୋଗ ହୋଇପାରିଛି । ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ବିଛିନ୍ନ ହୋଇରହିଥିବା ଗ୍ରାମବାସୀ ମାନେ ଜଳପଥ ଛାଡି ସ୍ଥଳପଥରେ ସିଧାସଳଖ ଭାବେ ଯାନବାହନ ରେ ଯାତାୟତ କରିବାର ସୁବିଧା ପାଇଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି ।ଏହା ବ୍ୟତିତ ଉତମ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାବାସୀଙ୍କୁ ୩୦୦ ଶଯ୍ୟାବିଶିଷ୍ଟ ସାତମହଲା ମେଡିକାଲ ଭେଟି ଦିଆଯାଇଛି,ଜିଲ୍ଲାର ଅନେକ ଦୁର୍ଗମ ଗାଁଗୁଡିକକୁ ଭଲରାସ୍ତାଟିଏ ନଥିବାରୁ,ଚଳିତ ବର୍ଷ ଦୁର୍ଗମ ଅପହଁଚ ଇଲାକା ଗାଁଗୁଡିକୁ ଜିଲ୍ଲାସଦର ମହକୁମାଠାରୁ ସଂଯୋଗକରା ଯିବାସହିତ ପ୍ରଥମ ପର୍ଯ୍ୟାୟରେ ବିଛିନ୍ନାଚଂଳ ଓ ବଣ୍ଡାଘାଟି ଅଚଂଳକୁ ଭଲରାସ୍ତାନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜୟପୁର ମାଲକାନଗିରି ରାଜପଥ ନିର୍ମାଣକାମ ଅଳ୍ପଦିନ ମଧ୍ୟରେ ସରିବାକୁ ଯାଉଛି,ଜିଲ୍ଲାରେ ଥିବା ୮ଟି ନିଚାପୋଲ ମଧ୍ୟରୁ ୩ଟି ପୋଲନିର୍ମାଣ ଯୁଦ୍ଧକାଳିନ ଭତିରେ ଚାଲିଛି । କେବଳ ଜୟପୁର ଠାରୁ ମୋଟୁ ଜାତୀୟ ରାଜପଥରେ ରହି ଯାଇଥିବା ୫ଟି ନିଚା ପୋଲକୁ ଉଚାପୋଲ ଭାବେ ନିର୍ମାଣ କରାଯିବା ପାଇଁ ଟେଣ୍ଡର ହୋଇସାରିଛି, ଖୁବ ଶିଘ୍ର କାମ ଆରମ୍ଭ ହୋଇ ଯିବ । ଏହାବ୍ୟତିତ ବିଭିନ୍ନ ଦୃର୍ଗମ ଅପହଁଚ ଗ୍ରାମଗୁଡିକରେ ମାସକୁ ମାସ  ସ୍ୱାସ୍ଥ୍ୟ ସେବାଶିବିର କରା ଯାଇ ଗରିବ ରୋଗୀ ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦିଆ ଯିବ,ଜିଲ୍ଲାରେ କେହି ଭୋକରେ ରହିବେନାହିଁ,ସମମସ୍ତ ଙ୍କୁ କାମ ଯୋଗାଇଦିଆ ଯିବା ସହିତ ଗରିବ ଅସହାୟବୃଦ୍ଧ ବୃଦ୍ଧା ମାନଙ୍କୁ ବାର୍ଦ୍ଦକ୍ୟ ଭତା, ଇନ୍ଦୀରାଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ,ବିଜୁ ଆବାସ ଯୋଜନା ରେ ସାମିଲକରା ଯିବ,ଇତିମଧ୍ୟରେ ବିଭିନ୍ନ ଗାଁଗହଳରେ  ଆଦିବାସୀ ହରିଜନ ଛାତ୍ର ଛାତ୍ରୀଙ୍କ ପାଇଁ ସ୍କୁଲ ମାନଙ୍କରେ  ହଷ୍ଟେଲ ଖୋଲାଯିବାର ବ୍ୟବସ୍ଥାକାର ଯାଉଛି । ଏହା ବ୍ୟତିତ ଜିଲ୍ଲାରେ ସବୁ ପ୍ରକାର ସରକାରଙ୍କ ଉନ୍ନୟନମୁଳକ କାର୍ଯ୍ୟ ଠିକ ଭାବେ କରାଯାଇ ଅଧୁରା କମାଗୁଡିକୁ ଖୁବ ଶିଘ୍ର ସମ୍ପୁର୍ଣ୍ଣ କରାଯିବ ବୋଲି  ସ୍ୱତନ୍ତ୍ର ସାକ୍ଷାତ କାରରେ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୱାଲ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.