Home ଓଡ଼ିଶା ସ୍ୱାଧୀନତା ଦିବସ ପାଇଁ ମନ୍ତ୍ରୀ ପହଁଚିବା ପରେ ଜିଲ୍ଲାରେ ହାଇ ଆଲର୍ଟସହିତ କଡାସୁରକ୍ଷା ବ୍ୟବସ୍ଥା

ସ୍ୱାଧୀନତା ଦିବସ ପାଇଁ ମନ୍ତ୍ରୀ ପହଁଚିବା ପରେ ଜିଲ୍ଲାରେ ହାଇ ଆଲର୍ଟସହିତ କଡାସୁରକ୍ଷା ବ୍ୟବସ୍ଥା

133

ମାଲକାନଗିରି ୧୪ା୮(ଓଡିଆ ପୁଅ ) ସମଗ୍ରଦେଶ ଓ ରାଜ୍ୟରେ ଅଗଷ୍ଟ୧୫ତାରିଖକୁ ସ୍ୱାଧିନତା ଦିବସ ଭାବେ ପାଳନ କରୁଥିବା ବେଳେ ଆନ୍ଦ୍ର ଓଡିଶା ଛତିଶଗଡ ରାଜ୍ୟ ସୀମାନ୍ତ ରେ ମାଓବାଦୀ ମାନେ ଏହାକୁ କଳାଦିବସ ଭାବେ ପାଳନ କରିବାପାଇଁ ଡାକରା ଦେଇ ସୀମାନ୍ତବର୍ତି ମାଓପ୍ରବଣ ଅଚଂଳ ରେ ପୋଷ୍ଟର ଓ ବ୍ୟାନର ଲଗାଇଥିବାର ଜଣାପଡିଛି । ଜିଲ୍ଲାପୁଲିସ ପ୍ରଶାସନପକ୍ଷରୁ କଢାସୁରକ୍ଷା ବ୍ୟବସ୍ଥା ସହିତ ହାଇଆଲର୍ଟ ଜାରି କରାଯାଇଛି । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଉଥିବା ହସ୍ତତନ୍ତ ବୟନ ଓ ହସ୍ତ ଶିଲ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଶନିବାର ଅପରାହ୍ନରେ ମାଲକାନଗିରି ରେ ପହଁଚି ସାରିଛନ୍ତି । ସ୍ଥାନୀୟ ଏମଭି୩ନମ୍ବର ଠାରେ ଥିବା ବିଏସଏଫ କ୍ୟାମ୍ପ ହେଲିପ୍ୟାଡ ରେ ମନ୍ତ୍ରୀ ଶ୍ରୀମତୀ ଦିଆନ ପହଁଚିବାପରେ ତାଙ୍କୁ ଜିଲ୍ଲାପ୍ରଶାସନିକ ଅଧିକାରୀ ବିଜେଡି ଦଳର ନେତା କର୍ମୀ ମାନେ ଫୁଲତୋଡା ଦେଇ ସ୍ୱାଗତ ସମ୍ବୋର୍ଧନାଜଣାଇ ସର୍କିଟହାଉସକୁ ପାଛୋଟିଆଣିଥିଲେ । ମାଲକାନଗିରି ଜିଲ୍ଲାସଦର ମହକୁମା ଦଣ୍ଡକାରଣ୍ୟ ମଇଦାନ ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ୭୫ତମ ସ୍ୱାଦିନତା ଦିବସ ପାଳିତ ହେଉଛି, ମାଲକାନଗିରିି ଜିଲ୍ଲାରେ କଡାପୁଲିସ ସୁରକ୍ଷା ମଧ୍ୟରେ ସ୍ୱାଧିନତା ଦିବସ ପାଳନପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ଥପ୍ରକାର ପ୍ରସ୍ତୁତିସରି ଯାଇଛି । ସ୍ୱାଧିନତାଦିବସ ପ୍ରାତରେ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଜନଗଣମନ ଅଧିନାୟକ ଜୟହେ ଓ ରାମଧୂନ ପକାଯାଇ ସହରପରିକ୍ରମା ପରେ ସକାଳ ୭.୩୦ ରେ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ କୋଭିଡ ନିୟମପାଳନ ସହ ଜାତୀୟପତାକା ଉତୋଳନ କରାଯିବ । ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସରେ ମନ୍ତ୍ରୀ ଶ୍ରୀମତୀ ଦିଆନ ମୁଖ୍ୟଅତିଥି ଭାବେ ଯୋଗଦେଇ ଦିବା ୯ଘଟିକା ସମୟରେ ଜାତୀୟ ପତାକା ଉତୋଳନ କରି ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ଚଳିତ ବର୍ଷ ମହାମାରି କରୋନା ପାଇଁ ପ୍ୟାରେଡ ରେ ସ୍କୁଲ କଲେଜର ଛାତ୍ର ଛାତ୍ରୀ ଭାଗନେବେ ନାହିଁ କି କୌଣସି ସାଂସ୍କୃତିକ କାର୍ଯକ୍ରମ ହେବନାହିଁ ବୋଲି ନିସ୍ପତି ନିଆଯାଇଛି । କୋଭିଡ ନିୟମ ପାଳନ କରାଯାଇ ଜିଲ୍ଲାସଦର ମହକୁମା ଠାରେ କେବଳ ଆରକ୍ଷୀ ବାହିନୀର ଦୁଇଟି ଟ୍ରୁପ ସହ ପୁଲିସ ବ୍ୟାଣ୍ଡପାର୍ଟି ପ୍ୟାରେଡରେ ଭାଗନେବେ । ପ୍ୟାରେଡ ସ୍ଥଳରେ ଅଧିକ ଭିଡ କରା ନ ଯାଇ କୋଭିଡ ନିୟମପାଳନ କରି ମାସ୍କ ପରିଧାନ ସହ ସାମଜିକ ଦୂରତା ଅବଲମ୍ବନ କରାଯିବ, ମୁଖ୍ୟଅତିଥି ଫ୍ୟାରେଡରେ ଅଭିବାଦନ ଗ୍ରହଣ କଲା ପରେ ଜିଲ୍ଲାରେ କୋଭିଡ ଯୋଦ୍ଧା ,ସ୍ୱାସ୍ଥ୍ୟ,ଶିକ୍ଷା,ସୁରକ୍ଷା ଆଦି କ୍ଷେତ୍ରରେ ଉଲେଖ୍ୟନୀୟ ସଫଳତା ହାସଲକରିଥିବା ବ୍ୟକ୍ତିବେଶଷଙ୍କୁ ମୁଖ୍ୟଅତିଥି ମନ୍ତ୍ରୀ ସମ୍ମାନିତ କରିବେ । କରୋନା ପାଇଁ ଚଳିତ ବର୍ଷ ଜେଲ,ହସପିଟାଲରେ ଫଳବଟଂନ କୁ ବନ୍ଦ କରାଯାଇଛି । ଜିଲ୍ଲାସ୍ତରୀୟ ପ୍ୟାରେଡ ସ୍ଥଳରେ ମେଟାଲ ଡିଟେକ୍ଟର ଯାଚଂସହିତ ବିଭିନ୍ନସ୍ଥାନରେ କଢାପୁଲସ ବ୍ୟବସ୍ଥାକରା ଯାଇଛି । ସ୍ୱାଧିନତା ଦିବସ ପାଇଁ ଜିଲ୍ଲାପୁଲିସ ପ୍ରଶାନ ପକ୍ଷରୁ ବିଏସଏଫ ଜବାନ, ଏସଓଜି ଜବାନ, ଓଏପି,ଏପିଆର ପୁଲିସ ସହିତ ଏସଡିପିଓ,ଡିଏସପି, ଆସିଷ୍ଟାଟଂ କମାଣ୍ଡର ,ଇନିସପେକ୍ଟର, ସବଇନିସପେକ୍ଟର ,ଏଏସଆଇ , ହାବିଲଦାର, ହୋମଗାର୍ଡ ଙ୍କୁ ସୁରକ୍ଷା ପାଇଁ ମୁତୟନକରା ଯାଇଛି ।ଠିକ ସେହିପରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ବୀଶାଲ ସିଂ ଓ ବ୍ଲକ ତହସିଲ ଗୁଡିକରେ ବିଡିଓ,ତହସିଲଦାର ମାନେ ଜାତୀୟପତାକା ଉତୋଳନ କରିବେ । ମାଓବାଦୀଙ୍କ କଳାଦିବସ ପାଳନର ଡାକରା ପାଇଁ ଜିଲ୍ଲାରେ କଡାପୁଲିସ ସୁରକ୍ଷାବ୍ୟବସ୍ଥା ସହିତ ହାଇ ଆଲର୍ଟ ଜାରିକରା ଯାଇଛି ।ପ୍ୟାରେଡସ୍ଥଳ ପ୍ରବେଶଦା୍ୱରରେ ସ୍ୱତନ୍ତ୍ର ଭାବେ ଉଚ୍ଚଶକ୍ତି ସଂପନ ମେଟାଲଡିଟେକ୍ଟ ଦ୍ୱାର ପ୍ରତିଷ୍ଟା କରା ଯାଇ ଦର୍ଶକ ମାନଙ୍କୁ ଜାଚଂକରା ଯାଇ ଭିତରକୁ ଛଡାଯିବାର ବ୍ୟବସ୍ଥା ହୋଇ ଆନ୍ଦ୍ର ଛତିଶଗଡ ସୀମାନ୍ତ ଅଚଂଳକୁ ପୁଲିସ ସିଲକରି ବ୍ୟାପକ ଭାବେ ଯାନବାହନ ଜାଚଂଚଳାଇ ଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.