Home କେନ୍ଦୁଝର ଅପହୃତା ନା ବାଳିକା ଉଦ୍ଧାର, ଅପହୃତକୁ ଗିରଫ କଲାନି ପୁଲିସ

ଅପହୃତା ନା ବାଳିକା ଉଦ୍ଧାର, ଅପହୃତକୁ ଗିରଫ କଲାନି ପୁଲିସ

97

ହାଟଡ଼ିହି, ୧୪ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ମତାବାଜ ଗ୍ରାମରୁ ଗତ ୧୦ତାରିଖ ରାତିରେ ଅପହରଣ ହୋଇଥିବା ନାବାଳିକା ଛାତ୍ରୀକୁ ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି । କିନ୍ତୁ ନାଁ ବାଳିକାୁ ଅପହରଣ କରିଥିବା ଯୁବକକୁ ଗିରଫ କରିବାରେ ସକ୍ଷମ ହୋଇ ନଥିବା ନାଁ ବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୧୦ତାରିଖ ରାତିରେ ମତାବାଜ ଗ୍ରାମର ଜଣେ ୧୦ମଶ୍ରେଣୀର ଛାତ୍ରୀଙ୍କୁ ସେହି ଗ୍ରାମର ଶାନ୍ତନୁ ସ୍ୱାଇଁଙ୍କ ଭଣଜା ବଣ୍ଟି ଜୋର ଜବରଦସ୍ତ ଅପହରଣ କରିନେଇଥିଲା । ଏନେଇ ପରିବାର ଲୋକେ ଗତ ୧୧ତାରିଖରେ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଥାନା କେସନ-୧୧୯/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବାବେଳେ ଗତକାଲି ଚୋର୍ଦ୍ଦାଥାନା ଧବଳଗିରିରୁ ଉକ୍ତ ନାଁ ବାଳିକାକୁ ଉଦ୍ଧାର କରିବାରେ ସଫଳ ହୋଇଛି । ଆଜି ଝିଅକୁ ଡାକ୍ତରୀ ପରୀକ୍ଷା କରି ୧୬୧ କରାଯାଇ ଅଣାଯିବାପରେ ପରିବାର ଲୋକେ ଝିଅକୁ ନେବାକୁ ଅନିଛା ପ୍ରକାଶ କରିଛନ୍ତି । ସେମାନଙ୍କ କହିବାକଥା ଯେ ଅପହରଣ କରିଥିବା ଯୁବକ ଓ ତାଙ୍କ ମାମୁଁକୁ କାହିଁକି ଗିରଫ କରାଗଲା ନାହିଁବୋଲି ପ୍ରଶ୍ନ କରିବାସହ ପୁଲିସ ଜାଣିଶୁଣି ସେମାନଙ୍କୁ ଧରିନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.