Home ଜିଲ୍ଲା ପରିକ୍ରମା ସ୍ୱାଧିନତା ସଂଗ୍ରାମୀ ପରିବାର ପକ୍ଷରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପତ୍ର

ସ୍ୱାଧିନତା ସଂଗ୍ରାମୀ ପରିବାର ପକ୍ଷରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପତ୍ର

58

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ତୁଳମତୁଳା ଗ୍ରାମର ସ୍ୱାଧିନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କୁ କ୍ରାନ୍ତୀ ଦିବସରେ ଜିଲ୍ଳାପାଳଙ୍କ ଜରିଆରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ତତ୍କାଳୀନ ଜିଲ୍ଳାପାଳ ଜ୍ଞାନ ଦାସ ସଂଗ୍ରାମୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଉତ୍ତରୀୟ ଓ ପ୍ରଶଂସାପତ୍ର ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ସମେତ ଉପଜିଲ୍ଲାପାଳ ପିତାମ୍ବର ସାମଲ, ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଏଥିନେଇ ଆଜି ସ୍ୱାଧିନତା ସଂଗ୍ରାମୀ ଶ୍ରୀ ରାୟଙ୍କ ସୁଯୋଗ୍ୟ ପୁତ୍ର ମୋଟେଲ ଛକସ୍ଥିତ +୨ କଳ୍ପନାଦେବୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ରାୟ ବର୍ତ୍ତମାନର ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ସାକ୍ଷାତ କରି ଏକ ଭାରତର ତ୍ରିରଙ୍ଗା ପତାକା ଚିହ୍ନର ଏକ ଚାରୁକଳା ନିର୍ମିତ ଧନ୍ୟବାଦ ପତ୍ର ରାଷ୍ଟପ୍ରତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଯାହାକୁ ନେଇ ଜିଲ୍ଳାପାଳ ଆନ୍ଦନ୍ଦ ପ୍ରକାଶ କରିଛନ୍ତି । ଏହି ଧନ୍ୟବାଦ ପତ୍ରରେ ସ୍ୱାଧିନତା ସଂଗ୍ରମାୀ ଶ୍ରୀ ରାୟ ଓ ତାଙ୍କ ପରିବାର ପକ୍ଷରୁ ରାଷ୍ଟପ୍ରତିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.