Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ସମୁଦାୟ ଭୋଟର ସଂଖ୍ୟା ୧୨୩୬୮୮୧,...

ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ସମୁଦାୟ ଭୋଟର ସଂଖ୍ୟା ୧୨୩୬୮୮୧, ପୁରୁଷ ଭୋଟର ୬୩୯୭୩୪ ମିହଳା ଭୋଟର ୫୯୬୯୯୧

41

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶମତେ ଭୋଟର ତାଲିକା ପ୍ରସ୍ତୁତି ନେଇ ଗତ ନଭେମ୍ବର ୯ ତାରିଖ ରୁ ଡ଼ିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ସମାପ୍ତି ପରେ ଆଜି ଭଦ୍ରକ ଜିଲ୍ଲାପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଗଲା । ସଦ୍‌ଭାବନା ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଅଧ୍ୟକ୍ଷତା କରିଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର ଏବଂ ସହକାରୀ ଜିଲ୍ଲାପାଳ, ନିର୍ବାଚନ କସ୍ତୁରୀବାଳା ଜେନା ଏଥିରେ ଯୋଗ ଦେଇଥିଲେ । ଭୋଟର ତାଲିକା ପ୍ରସ୍ତୁତି ଓ ପ୍ରକାଶନ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରା ସୂଚନା ପ୍ରଦାନ ପରେ ଅତିରିକ୍ତ ଜିଲ୍ଲାପାଳ ଭୋଟର ସଚେତନତା ଓ ୧୭ ବର୍ଷ ବୟସରୁ ଅଧିକ ଯୁବ ଗୋଷ୍ଠୀଙ୍କ ଭୋଟର ତାଲିକାଭୁକ୍ତ ପାଇଁ ଆଗୁଆ ଆବେଦନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରକାଶଥାଉକି ୨୦୨୩ ମସିହାରେ ଜାନୁୟାରୀ, ଏପ୍ରିଲ,ଜୁଲାଇ, ଅକ୍ଟୋବର ଏହି ୪ମାସର ୧ ତାରିଖ ସୁଦ୍ଧା ୧୮ବର୍ଷ ବୟସ ହେଉଥିବା ଯୋଗ୍ୟତା ଆଧାରରେ ବର୍ତ୍ତମାନ ୧୭+ ବୟସର ନାଗରିକମାନେ ଭୋଟର ତାଲିକାଭୃକ୍ତ ହେବାପାଇଁ ଅନ୍‌ଲାଇନ୍‌ରେ ଆଗୁଆ ଆବେଦନ କରିପାରିବେ । ସୂଚନାଯୋଗ୍ୟ କି ପ୍ରତ୍ୟେକ ବର୍ଷ ଜାନୁୟାରୀ ୫ ତାରିଖରେ ନୂତନ ଭୋଟର ତାଲିକା ପ୍ରକାଶନ କରାଯାଇଥାଏ । ଆଜି ପ୍ରକାଶିତ ତାଲିକା ଅନୁଯାୟୀ ଭଦ୍ରକ ଜିଲ୍ଲାର ସମୁଦାୟ ଭୋଟର ସଂଖ୍ୟା ୧୨୩୬୮୮୧ ।

ସେମାନଙ୍କ ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୬୩୯୭୩୪, ମହିଳା ଭୋଟର ସଂଖ୍ୟା ୫୯୬୯୯୧ ଓ ତୃତୀୟ ଲିଙ୍ଗୀ ୧୫୬ ଜଣ ଅଛନ୍ତି । ଜିଲ୍ଲାର ସମୁଦାୟ ବୁଥ ସଂଖ୍ୟା ୧୨୯୨ । ପ୍ରକାଶଯୋଗ୍ୟକି ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଉପାୟରେ ସମୁଦାୟ ୫୮୦୮୬ ଜଣଙ୍କ ଠାରୁ ଆବେଦନ ଫର୍ମ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରେ ଫର୍ମ ୬ରେ ସମୁଦାୟ ୨୯୯୨୯ ଜଣ ନୂଆଭୋଟର ଯୋଗ ହୋଇଥିଲା ବେଳେ ଫର୍ମ ୭ରେ ୧୯୬୮୪ ଜଣଙ୍କୁ ମୃତ୍ୟୁ, ସ୍ଥାନାନ୍ତର, ବିବାହ ଆଦି କାରଣରୁ ବାଦ୍ କରାଯାଇଛି । ଫର୍ମ ୮ରେ ୮୪୭୩ ଜଣ ଭୋଟରଙ୍କ କ୍ଷେତ୍ରରେ ସଂଶୋଧନ କରାଯାଇଛି । ଏହି ସଂଶୋଧନ ପାଇଁ ପ୍ରାପ୍ତ ସମସ୍ତ ଆବେଦନ ମଧ୍ୟରୁ ଗରୁଡ଼ ଆପ୍‌ରେ ୫୨୪୨୨, ନେସ୍‌ନାଲ ଭୋଟର ସର୍ଭିସ୍‌ପୋର୍ଟାଲ ରେ ୧୨୯୨ ଭୋଟର, ହେଲପ୍ ଲାଇନ୍ ଆପ୍‌ରେ ୨୫୯୦, ଭୋଟର୍ସ ପୋର୍ଟାଲରେ ୧୪୫୮ ଏବଂ ଇଆରଓ ନେଟ୍‌ରେ ୩୨୪ ଦରଖାସ୍ତ ଫର୍ମ ପ୍ରାପ୍ତ ହୋଇଥିଲା । ଏହି ସଂଶୋଧନ କାର୍ଯ୍ୟ ଦାୟିତ୍ୱରେ ଥିବା ବରିଷ୍ଠ ସହାୟକ କୃଷ୍ଣଚନ୍ଦ୍ର ରାଉତ ଏହି ତାଲିକା ପ୍ରକାଶନ କାର୍ଯ୍ୟକ୍ରମ ସଂଯୋଜନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.