Home ଜିଲ୍ଲା ପରିକ୍ରମା କୋଚିଳା ନଦୀର କୁମ୍ଭୀର ଆତଙ୍କ

କୋଚିଳା ନଦୀର କୁମ୍ଭୀର ଆତଙ୍କ

210

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଅନଳଡ଼ିହ ନିକଟସ୍ଥ କୋଚିଳା ନଦୀରେ ଆଜିଏକ କୁମ୍ଭୀର ନଦୀକୂଳ ଅତଡ଼ା ନିକଟରେ ଶୋଇଥିବାର ଦେଖିବାକୁ ମିଳିଛି । ଦୁଇଦିନ ହେବ କୋଚିଳା ନଦୀର ଗାନ୍ଧୀଘାଟ ମୁହାଣଦେଇ ବୈତରଣୀ ନଦୀରୁ ଏହି କୁମ୍ଭିର କୋଚିଳା ନଦୀକୁ ପସିଆସିଛି । ଏନେଇ ଗତକାଲି ଧାମନଗର ଫରେଷ୍ଟ ଅଫିସରଙ୍କୁ ଗ୍ରାମବାସୀମାନେ ଖବର ଦେବାପରେ ସମ୍ପୃକ୍ତ ଅଫିସରମାନେ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ କୁମ୍ଭୀରଟି ନଦୀଗର୍ଭକୁ ଚାଲିଯାଇଥିଲା । ଏନେଇ ସ୍ଥାନୀୟ ଅଂଚଳର ଲୋକମାନଙ୍କ ମଧ୍ୟ ଫରେଷ୍ଟ ବିଭାଗ ପକ୍ଷରୁ ସଚେତନ କରାଯାଇ ନଦୀ ଅଂଚଳକୁ ନଯିବାପାଇଁ ବାରଣ କରିଥିଲେ । ତେବେ ଆଜି ପୁଣି ପ୍ରାୟ ୭ରୁ ୧୦ଫୁଟ ଲମ୍ବର ଏକ କୁମ୍ଭୀର ଅନଳଡ଼ିହ ନଦୀକୂଳରେ ଦେଖିବାକୁ ମିଳିଥିଲା ଏବଂ ସେହି କୁମ୍ଭୀରଟି ନଦୀକଢରେ ଲୋକମାନେ ଦେଖିଥିଲେ । ସୂଚନା ଥାଉକି ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀର ତିନିତର ଘାଟଆଡ଼ୁ ଉପର ମୁହାଁ ହୋଇ କୁମ୍ଭୀର ଉଠି ଆସୁଥିବାର ସ୍ଥାନୀୟ ଲୋକମାନେ କହିଛନ୍ତି । ତେବେ ନଦୀକୁ ଗାଧୋଇ ନଯିବାପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.