Home ଓଡ଼ିଶା ସ୍ତ୍ରୀ ଛାଡି ମେଣ୍ଢା ନେଲା ସ୍ବାମୀ

ସ୍ତ୍ରୀ ଛାଡି ମେଣ୍ଢା ନେଲା ସ୍ବାମୀ

987

ଉତ୍ତର ପ୍ରଦେଶ,୧୯/୦୮,(ଓଡ଼ିଆ ପୁଅ /ପି ନାୟକ): ପ୍ରତିଦିନ ଏହି ବିଚିତ୍ର ଦୁନିଆରେ ଘଟିଚାଲିଛି ବିଭିନ୍ନ ବିଚିତ୍ର ଘଟଣା । ଯାହାକୁ ସହଜରେ ଜଣେ ଗ୍ରହଣ କରିବା ଅସମ୍ଭବ । ଏସବୁ କଥା ଭିତରେ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ଯ ଲାଗିବା ସ୍ବଭାବିକ। ଆଜ୍ଞା ହଁ, ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ତାର ପ୍ରେମିକ ସହିତ ଛାଡ଼ିବାକୁ ରାଜି ହୋଇଯାଇଛି। ଯାହା ପ୍ରତିବଦଳରେ ସ୍ୱାମୀ ଜଣଙ୍କୁ ୭୧ଟି ମେଣ୍ଢା ମିଳିଛି।

ବିବାହିତା ପ୍ରେମିକାକୁ ନେଇ ପଳାଇଥିବା ଯୋଗୁଁ ପ୍ରେମିକ ପ୍ରତି ଗ୍ରାମପଞ୍ଚାୟତ ଏଭଳି ଏକ ବିଚିତ୍ର ଦଣ୍ଡବିଧାନ କରିଛନ୍ତି। କିନ୍ତୁ ମାମଲା ଏବେ ଥାନାରେ ପହଞ୍ଚିଥିବା ଜଣାପଡ଼ିଛି। ସୂଚନାଅନୁଯାୟୀ, ଜୁଲାଇ ୨୨ ତାରିଖରେ ଗୋରଖପୁର ଜିଲ୍ଲାର ପିପରାଇଚ ଠାରେ ୨୫ ବର୍ଷୀୟ ସୀମା ପାଲ୍‌ ନିଜ ୨୭ ବର୍ଷୀୟ ପ୍ରେମିକ ଉମେଶ ପାଲଙ୍କ ସହ ପଳାଇ ଯାଇଥିଲେ। ଯାହାଫଳରେ ସୀମାଙ୍କ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.