Home ଓଡ଼ିଶା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ନିଧନ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ନିଧନ

298

ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ନିଧନ ହୋଇଯାଇଛି। ସେ ବହୁତ ଲମ୍ବା ସମୟରୁ ରୋଗାକ୍ରାନ୍ତଥିଲେ। ଜଗନ୍ନାଥ ମିଶ୍ରଙ୍କର ନିଧନ ଦିଲ୍ଲୀରେ ହୋଇଛି। ତାଙ୍କର ନିଧନର ସୂଚନା ମିଳିବା କ୍ଷଣି ବିହାରର ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି।

ନିଜର ରାଜନୈତିକ ଶକ୍ତିଯୋଗୁଁ ସେ ତିନିଥର ବିହାରର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ସେ ପ୍ରଥମଥର ଏହି ଦାୟିତ୍ୱ ୧୯୭୫ ରେ ସମ୍ଭାଳିଥିଲେ। ଦ୍ୱିତୀୟ ଥର ସେ ୧୯୮୦ ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବନିଥିଲେ। ଶେଷଥର ସେ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ। ୯୦ ର ଦଶକରେ କେନ୍ଦ୍ରୀୟ କୈବିନେଟ ମନ୍ତ୍ରୀ ମଧ୍ୟ ଥିଲେ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ରାଜନୀତି ପୂର୍ବରୁ ଅଧ୍ୟାପକ ଥିଲେ। ପରେ ସେ ବିହାର ୟୁନିଭର୍ସିଟିରେ ଅର୍ଥଶାସ୍ତ୍ରରେ ପ୍ରଫେସର ଭାବରେ ନିଜର ସେବା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.