Home ଜିଲ୍ଲା ପରିକ୍ରମା ଦୁଇ ବାଇକ ମୁହାଁ ମୁହିଁ ଧକ୍କା,ଦେଖି ଫଟୋ ଉଠାଉ ଥିଲେ ଉଠାଇଲେ ନାହିିଁ 

ଦୁଇ ବାଇକ ମୁହାଁ ମୁହିଁ ଧକ୍କା,ଦେଖି ଫଟୋ ଉଠାଉ ଥିଲେ ଉଠାଇଲେ ନାହିିଁ 

89

ବାହାନଗା,୮ା୧୨(ଭାରତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ବିଦୁ- ନୀଳଗିରୀ ରାସ୍ତାର କାଣ୍ଡଗରିଡ଼ି ଛକ ଏକ ବାଙ୍କ ନିକଟରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ସମେତ ଦୁଇ ଆରୋହୀ ଗୁରୁତର ହୋଇ ଥିବାର ଜଣାପପଡ଼ିଛି । ଏହି ରାସ୍ତାରେ ସନ୍ତରାଗଡ଼ିଆ ଆଡ଼ୁ (ଓଡ଼ି ୦୧କ୍ୟୁ -୬୩୮୯) ନଂ ବାଇକରେ ୨ଜଣ ଓ (ଓଡ଼ି ୦୧ଏସ ୧୪୪୧) ନଂ ବାଇକରେ ଦୁଇଜଣ ବସି ବିଦୁ ଆଡ଼ୁ ଯାଉଥିବା ସମୟରେ କାଣ୍ଡଗରିଡ଼ି ଛକ ବା‌ଙ୍କ ନିକଟରେ ମୁହାଁ ମୁହିଁ ଧକ୍କା ହେବାରୁ ବାଇକ ସହ ଚାଳକ ଓ ଆରୋହୀ ନୟନଜୋରୀରେ ଛିଟିକ ପଡ଼ି ଥିଲେ । ବହୁ ସସମୟ ଧରି ପଡ଼ିଥିବା ବେଳେ ସମସେ୍‌ସ୍ତ ଦେଖି ଏବଂ ଫଟୋ ଉଠାଉ ଥିଲେ କି‌ନ୍ତୁ କେହି ସାହାଯ୍ୟ କରି ନଥିଲେ ।  ସନ୍ତରା ଗଡ଼ିଆ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଦେଖି ୧୦୮କୁ ଫୋନ କରିଥିଲେ । ୧୦୮ ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେବାରୁ ବାଇକ ଯୋଗେ ଇଶ୍ୱରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବାର ଜଣାପଡ଼ିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.