Home ଅପରାଧ ସୋନଡ୍ୟାମରୁ ହାତଗୋଡ ବନ୍ଧା ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ

ସୋନଡ୍ୟାମରୁ ହାତଗୋଡ ବନ୍ଧା ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ

311

ମୟୁରଭଞ୍ଜ, ତା ୯ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ଅନ୍ଧବିଶ୍ୱାସର କରାଳ ରୂପ, ଗୁଣିଗାରେଡି ସନ୍ଦେହରେ ପୁଣି ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ନୃଶଂସତାର ସବୁ ସୀମା ଟପିଯାଇଛି ହତ୍ୟାକାରୀ । ମୟୁରଭଞ୍ଜ ଜିଲ୍ଲାରେ ଏମିତି ଏକ ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି ଗୁଣିଗାରେଡି ସନ୍ଦେହରେ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ । ଗୁଣିଗାରେଡି ସନ୍ଦେହକୁ ନେଇ ହୋଇଛି ଡବଲ ମର୍ଡର । ତିନିଦିନ ଧରି ନିଖୋଜ ଥିବା ଦମ୍ପତିର ମୃତ ଦେହ ଉଦ୍ଧାର ହୋଇଛି । ଖବର ଅନୁଯାୟୀ ଦୀର୍ଘ ୬୯ ଘଣ୍ଟା ପରେ ସୋନଡ୍ୟାମରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ ୭ଜଣିଆ ଓଡ୍ରାଫଟିମ ଯୋଗ ଦେଇଥିଲେ । ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରିବାପରେ ଅତି ବିଭତ୍ସ ଭାବେ ପଥରରେ ହାତ ଗୋଡ ବାନ୍ଧି ଡ଼ଙ୍ଗା ସାହାଯ୍ୟରେ ଡ୍ୟାମ ମଧ୍ୟଭାଗର ଗଭୀର ଜଳରେ ଫୋପାଡ଼ି ଦେଇ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲେ । ଗତ ୬ତାରିଖ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସୀତାରାମସାହିକୁ ଦମ୍ପତ୍ତି ସୀତାରାମ ସିଂ ଓ ପତ୍ନୀ ଲେତ ସିଂ ଫୁଟବଲ୍ ଖେଳ ଦେଖିବାକୁ ଯାଇଥିଲେ, ସେଠାରୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକମାନେ ବହୁ ଖୋଜାଖୋଜି କରିବା ପରେ ନପାଇ ଥାନାରେ ଅଭିଯୋଗ ଲିଖିତ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ ଡ୍ୟାମ୍ ନିକଟରୁ ଦମ୍ପତିଙ୍କ ଚପଲ, ଚୁଡ଼ି ଓ ରକ୍ତ ଛିଟା ଦେଖି ହତ୍ୟା କରାଯାଇଥିବାର ଅନୁମାନ କରିଥିଲେ । ଦୀର୍ଘ ୬୯ ଘଣ୍ଟାର ପରିଶ୍ରମ ପରେ ଓଡ୍ରାଫ ଟିମ୍ ଗଭୀର ସୋନଡ୍ୟାମ ଭିତରୁ ଦମ୍ପତିଙ୍କ ମୃତଦେହକୁ ଉଦ୍ଧାର କରିଛି । କିଛି ଦିନ ତଳେ ଗୁଣିଗାରେଡି ସନ୍ଦେହରେ ଉକ୍ତ ଦମ୍ପତିଙ୍କୁ ନିଜ ଗାଁ ପାଖରେ ଗ୍ରାମବାସୀ ବାନ୍ଧି ପିଟିଥିଲେ । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ସୀତାରାମସାହିର ଚମ୍ପାଇ ହୋ ବୋଲି ଜଣାପଡ଼ିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତଙ୍କ ପରିବାର ଲୋକେ କିଛି ଦିନ ଧରି ଅସୁସ୍ଥ ଥିଲେ । ଏହି ଦମ୍ପତ୍ତିଙ୍କ ଗୁଣିଗାରେଡି ପାଇଁ ଅସୁସ୍ଥତା ବଢୁଛି କହି ହତ୍ୟା କରିଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.