Home ଓଡ଼ିଶା ଢେଙ୍କିକୋଟରେ “ଶ୍ରୀଦୁର୍ଗା ମହୋତ୍ସବ” ଉଦଯାପିତ

ଢେଙ୍କିକୋଟରେ “ଶ୍ରୀଦୁର୍ଗା ମହୋତ୍ସବ” ଉଦଯାପିତ

112

ଘଟଗାଁ, ତା୧୦/୧୦ (ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀଦୁର୍ଗା ପୂଜା କମିଟି ଢେଙ୍କିକୋଟ(ଟିକିରା) ୪ଦିନିଆ ଶାରଦୀୟ ମହୋତ୍ସବ ମଙ୍ଗଳବାର ସଂନ୍ଧ୍ୟାରେ ଉଦଯାପିତ ହୋଇଛି । ”ଶ୍ରୀଦୁର୍ଗା ମହୋତ୍ସବ-୨୦୧୯” ସପ୍ତମୀ ସନ୍ଧ୍ୟାରେ ଉଦଘାଟିତ ହୋଇଥିଲା । କମିଟିର ସଭାପତି ସନ୍ତୋଷ କୁମାର ଶତପଥିଙ୍କ ଅଧ୍ୟକ୍ଷତା ଓ ସଂପାଦକ ଅମର ସିଂଙ୍କ ସଂଯୋଜନାରେ ଉଦଘାଟନୀ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସାଧାରଣ ସଂପାଦକ ତଥା କାଦଡିହା ଡିଗ୍ରୀ କଲେଜ ଅଧ୍ୟକ୍ଷ ଡକ୍ଟର ଭାଗବତ ଲେଙ୍କା, ମୁଖ୍ୟବକ୍ତା ଭାବେ ଗବେଷକ ତଥା କବି ଭରତ ଚନ୍ଦ୍ର ଦାଶ ମହୋତ୍ସବକୁ ଉଦଘାଟନ କରିବା ସହ ବିଶିଷ୍ଟ ପ୍ରାଧ୍ୟାପକ ତଥା ପାଲାଗାୟକ ଡକ୍ଟର ଧିରେନ କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।                                                                                                                                                   ମହାଷ୍ଟମୀ ଅବସରରେ ଶ୍ରୀଦୂର୍ଗା ମହୋତ୍ସବର ୨ୟ ଦିବସରେ ମୁଖ୍ୟ ଅତିଥି ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ଇଂ ବିଦ୍ୟାଧର ଦାଶ କାର୍ୟ୍ୟକ୍ରମରେ ଯୋଗ ଦେଇ ସୁଲେଖିକା ତଥା ଜଗନ୍ନାଥ ସଂସ୍କୃତି ଗବେଷିକା ଡକ୍ଟର ଆଭାରାଣୀ ବଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମାରୋହର ତୃତୀୟ ଦିବସ ମହାନବମୀ ତିଥିରେ ଶ୍ରୀଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଗବେଷକ ତଥା ଶିକ୍ଷାବିତ୍ ଡକ୍ଟର ରଞ୍ଜନ କୁମାର ପଣ୍ଡା ଓ ସାମାଜସେବୀ ରବିନାରାୟଣ ଦେହୁରୀଙ୍କୁ ମୁଖ୍ୟଅତିଥି ଭାବେ କାମ୍ପାଭାଇ ଭୋକେସନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଜିଲ୍ଲା ସଂଯୋଜକ ତଥା ଅବସରପ୍ରାପ୍ତ ଯୁଗ୍ମ ସଚିବ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଚତୁର୍ଥ ସଂନ୍ଧ୍ୟା ତଥା ଉଦଯାପନୀ ଦିବସରେ ଜଣାଶୁଣା ଯୁବ କ୍ରୀଡାବିତ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରଣୟ କୁମାର ପାଣୀଙ୍କୁ ମୁଖ୍ୟ ଅତିଥି ଭାବେ ଡକ୍ଟର ଶମ୍ଭୁନାଥ ରାଉତ ଓ ମୁଖ୍ୟବକ୍ତା ତ୍ରିଲୋଚନ ଦାଶ ସମ୍ବର୍ଦ୍ଧିତ କରିଥିଲେ ।
ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବିଜୟା ଦଶମୀ ତିଥିରେ ରଙ୍ଗାରଙ୍ଗ ଆତସବାଜି ସହ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । କମିଟିର ସଭାପତି ସନ୍ତୋଷ କୁମାର , ସଂପାଦକ ଅମର ସିଂ , ବିରେନ୍ଦ୍ର କୁମାର , ଗୋଲକ ଚନ୍ଦ୍ର ବେହେରା, ଅଭିମନ୍ୟୁ ରାଉତ, ଦିପକ କୁମାର ବେହେରା, ଲକ୍ଷ୍ମୀଧର ରଣା , ପଙ୍କଜ କୁମାର ବେହେରା, ରବିନ୍ଦ୍ର କୁମାର ବେହେରା, ଜଗବନ୍ଧୁ ସାମଲ , ଅଜୟ କମାର ସାହୁ , ପ୍ରମୋଦ କୁମାର ବେହେରା, ରବୀନ୍ଦ୍ର ବାରିକ ପ୍ରମୁଖ ଅନ୍ୟ ସଦସ୍ୟମାନେ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.