Home ଓଡ଼ିଶା ସୁରକ୍ଷା କର୍ମୀ-ମାଓ ଗୁଳିବିନିମୟ ୫ ମାଓ ମୃତ – ୨ ଏସଓଜି ସହୀଦ ଯବାନଙ୍କୁ ଗାର୍ଡ...

ସୁରକ୍ଷା କର୍ମୀ-ମାଓ ଗୁଳିବିନିମୟ ୫ ମାଓ ମୃତ – ୨ ଏସଓଜି ସହୀଦ ଯବାନଙ୍କୁ ଗାର୍ଡ ଅଫ ଅନର

315

କଳାହାଣ୍ଡି ୧୦/୦୯ (ଓଡ଼ିଆ ପୁଅ/ଦୁଷ୍ମନ୍ତ ପଣ୍ଡା) କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ମାଓ ଅପରେସନ ଅପରେସନରେ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ୨ ଏସଓଜି ଯବାନ ସହୀଦ ହୋଇଥିବା ଜଣା ପଡ଼ିଛି। ତେବେ (ବୁଧବାର) ସକାଳ ୧୧ ବେଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା। ଅପରେସନରେ ଦିନ ୧୧ଟା ସମୟରେ ଉଭୟ ପଟୁ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ୩ ମହିଳା ଓ ୨ ଜଣ ପୁରୁଷ ମାଓବାଦୀ ବୋଲି କଳାହାଣ୍ଡି ଏସ୍ପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଏହି ଅପରେସନ ସମୟରେ ଦୁଇ ଏସଓଜି ଯବାନ ମଧ୍ୟ ସହିଦ ହୋଇଥିବା ଜଣାପଡିଛି। ସହୀଦ ଯବାନ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ସାନ ଭାଡୁଆ ସୁଳିଆପଡା ଗ୍ରାମର ସହୀଦ ସୁଧୀର କୁମାର ଟୁଡୁ ଏବଂ ଅନୁଗୁଳ ଜିଲ୍ଲା ଅଙ୍ଗପଡା ରାଜକିଶୋର ନଗର ଦେବାଶିଷ ସେଠି।

ସହୀଦ ଜବାନ ମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଭବାନୀପାଟଣା ରିଜର୍ଭ ପୋଲିସ ପଡିଆ ଠାରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ପୋଲିସ ଡିଜି ଅଭୟ, ଅପରେସନ ଆଇଜି ଅମିତାଭ ଠାକୁର, ରାଜ୍ୟ ଗୋଇନ୍ଦା ବିଭାଗ ନିର୍ଦେଶକ ଆର, କେ, ଶର୍ମା, ସ୍ୱତନ୍ତ୍ର ଗୋଇନ୍ଦା ଶାଖା ଡି ଆଇ ଜି ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ସଫିନ ଅହେମ୍ମଦ ଖାଁ, CRPF କମାଣ୍ଡେଣ୍ଟ, କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଏସପି ବାତୁଲା ଗଙ୍ଗାଧର ପ୍ରମୁଖ ଉପସ୍ଥିତ ରହିଥିଲେ। ସହୀଦମାନଙ୍କୁ ଗାର୍ଡ ଅଫ ଅନର ଦେବା ସହିତ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ସହୀଦ ମାନଙ୍କୁ ନିଜ ଜନ୍ମ ମାଟିକୁ ପଠା ଯାଇଥିଲା।

ସହିଦଙ୍କୁ ଶେଷ ସମ୍ମାନ ଦେବା ପରେ ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଗଣ ମାଧ୍ୟମରେକୁ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ ଗତ ଦୁଇ ମାସରେ ୧୨ ଜଣ ମାଓ ମୃତ୍ୟୁ ବରଣ କରିଛନ୍ତି। ରାଜ୍ୟର ମାଓବାଦୀ ମାନଙ୍କୁ ହିଂସାର ପଥ ଛାଡି ଜାତୀୟ ମହାସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସହୀଦମାନଙ୍କ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ସରକାରଙ୍କ ପକ୍ଷରୁ ତୁରନ୍ତ ୧୬ ଲକ୍ଷ ଟଙ୍କା ସହାୟତା ସହ ସମ୍ପୂର୍ଣ୍ଣ ମାସିକ ଦରମା ପ୍ରଦାନ, ଘରଡ଼ିହ ସହ ସମସ୍ତ ସହାୟତା ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.