Home ଜିଲ୍ଲା ପରିକ୍ରମା ସ୍ୱାମୀ ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା,ଅଭିଯୁକ୍ତ ବାପ ଓ ପୁଅ ଗିରଫ

ସ୍ୱାମୀ ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା,ଅଭିଯୁକ୍ତ ବାପ ଓ ପୁଅ ଗିରଫ

1

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜାଗାଜମି ବିବାଦକୁ କେନ୍ଦ୍ରକରି ସ୍ୱାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଧୂଷୁରୀ ପୁଲିସ ଅଭିଯୁକ୍ତ ବାପ ଓ ପୁଅଙ୍କୁ ଗିରଫ କରିଛି।ଏମାନେ ହେଲେ ଧାମନଗର ବ୍ଲକ ବମକୁରା ପଂଚାୟତ ଅଧୀନ ଦେଉଳଡ଼ିହ ଗ୍ରାମର ପରମେଶ୍ୱର ରାଉଳ(୭୦) ଏବଂ ମହେଶ୍ୱର ରାଉଳ(୪୩)।ଦେଉଳଡ଼ିହ ଗ୍ରାମର ପରମେଶ୍ୱର ରାଉଳଙ୍କ ମଝିଆଁ ପୁଅ ଖଗେଶ୍ୱର ନିଜ ନାଁରେ କିଛି ଜାଗା ଜମି କିଣିଥିଲେ।ଏହାକୁ ନେଇ ତାଙ୍କ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।ଗତ ଚାରି ଦିନ ତଳେ ଏହାକୁ କେନ୍ଦ୍ରକରି ବାପା ପରମେଶ୍ୱର ଏବଂ ବଡ଼ ପୁଅ ମହେଶ୍ୱର ମାରଣାସ୍ତ୍ର ସାହାଯ୍ୟରେ ଖଗେଶ୍ୱରଙ୍କ ସମେତ ତାଙ୍କ ସ୍ତ୍ରୀ ମେନକାଙ୍କୁ ଆକ୍ରମଣ କରିଥିଲେ।ଗାଁ ଲୋକେ ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଏବେ ଦୁହେଁ କଟକରେ ଚିକିତ୍ସିତ ହେଉଛନ୍ତି।ଏଭଳି ଉଗ୍ର ଆକ୍ରମଣକୁ ନେଇ ଗ୍ରାମବାସୀ ଅଭିଯୁକ୍ତ ବାପା ଓ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।ଧୂଷୁରୀ ଥାନାର କେସ ନଂ-୩୯୪/୨୬ରୁଜ୍ଜୁ କରାଯାଇଥିବା ବେଳେ ଆଇଆଇସି ଅଜୟ ସୁଦର୍ଶନ ବାଗେ ତତ୍ପରତା ଦେଖାଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।ଉଭୟ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.