Home ଅପରାଧ ଭୁକୁଛନ୍ତି ବିରୋଧୀ; ଭୁକୁଛି ଦୁନିଆ: ଜଷ୍ଟିସ୍ ଫର୍ ଅନୁଭବ ..

ଭୁକୁଛନ୍ତି ବିରୋଧୀ; ଭୁକୁଛି ଦୁନିଆ: ଜଷ୍ଟିସ୍ ଫର୍ ଅନୁଭବ ..

376

ଭୁବନେଶ୍ୱର: ଅଭିନେତା ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ହେବାବି ସ୍ୱଭାବିକ। ଏମିତିରେ ଏହି ଘଟଣା ଉପରେ ନିଜର ଏମପି ଲେଟର୍ ପ୍ୟାଡରେ ପ୍ରେସ ବିଜ୍ଞପ୍ତି ଜାରୀ କରି ଅନୁଭବ ମହାନ୍ତି ନିଜର ବ୍ୟକ୍ତିଗତ ଘଟଣାକୁ ନିଜେ ସାର୍ବଜନୀନ କରିସାରିଛନ୍ତି। ଏହି ଘଟଣାକୁ ନେଇ ଅନୁଭବ ମହାନ୍ତିଙ୍କୁ ଏବେ ଟାର୍ଗେଟ୍ କରୁଛନ୍ତି ଉଭୟ ବିରୋଧୀ ବିଜେପି ଆଉ କଂଗ୍ରେସ। ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଅନୁଭବ ମହାନ୍ତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି। ଅନୁଭବ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ଅନୁଭବଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ। ରାଜ୍ୟ ସଭାନେତ୍ରୀଙ୍କ ଆହ୍ଵାନ କ୍ରମେ ଅନୁଭବଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି ମହିଳା ମୋର୍ଚ୍ଚା। ମା’ ଭଉଣୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏବେ ନିଜ ଦଳର ସାଂସଦ ଅନୁଭବ ମହାନ୍ତିଙ୍କ ଘଟଣାଟି ରାଜ୍ୟ ସରକାରଙ୍କ ମହିଳା ବିରୋଧି ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ଶାସକ ବିଜେଡି ମୁଖିଆଙ୍କ ନିଜ ପରିବାର ସଦସ୍ୟଙ୍କ ଘରେ ଏଭଳି ମହିଳା ଅତ୍ୟାଚାର ଏବଂ ହିଂସା ଘଟଣା ଘଟିବା ରାଜ୍ୟରେ ମହିଳା ସୁରକ୍ଷା ଦିଗକୁ ଦର୍ଶାଉଛି। ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ତାଙ୍କର ‘ମା’କୁ ସମ୍ମାନ’ର ସ୍ଲୋଗାନ ଏକ ଖୋଲା ଉପହାସ ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଉଛି। ଘରୋଇ ଏବଂ ମହିଳା ହିଂସା ଅଭିଯୋଗ କାରଣରୁ ନୈତିକତା ଓ ମାନବିକତା ଦୃଷ୍ଟିରୁ ସାଂସଦ ଅନୁଭବ ମହାନ୍ତି ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ। ନିଜ ଦଳର ଜଣେ ମହିଳା ବିରୋଧୀ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରୁଛି।

ତେବେ, ଓଡ଼ିଶାର ଜଣେ ଅଭିନେତ୍ରୀ ପ୍ରକୃତି ମିଶ୍ର ଅନୁଭବଙ୍କ ସପକ୍ଷରେ ବାହାରିଛନ୍ତି। ଏମାନେ ସବୁ ଅଯଥାରେ ଅନୁଭବଙ୍କ ବିରୋଧରେ ଭୁକୁଛନ୍ତି, ସତ୍ୟ ଶୀଘ୍ର ଉଜାଗର ହେବ ବୋଲି କହିଛନ୍ତି ପ୍ରକୃତି ମିଶ୍ର। ପ୍ରକୃତି ଟ୍ୱିଟ୍ କରିଛନ୍ତି, “ପ୍ରିୟ ଫାପୁନ୍ ଭାଇ, ଯିଏ ତୁମକୁ ଘନିଷ୍ଠ ଭାବରେ ଜାଣନ୍ତି, ସମଗ୍ର ଘଟଣାକୁ ସବିଶେଷ ଭାବରେ ଜାଣନ୍ତି। ଜଣେ ସମ୍ମାନନୀୟ ବ୍ୟକ୍ତି ଭାବରେ ଆପଣ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ। ଚାରିଆଡ଼େ ଦୁନିଆ ଭୁକୁଛି, ଭୁକିବାକୁ ଦିଅ। ସତ୍ୟ ଶୀଘ୍ର ଉଜାଗର ହେବ। ଦୃଢ଼ ହୁଅ। ଆମେ ତୁମ ସହିତ ଅଛୁ। ଜଷ୍ଟିସ୍ ଫର୍ ଅନୁଭବ।” ତେବେ, କଥା ହେଲା ବିଜେପି ରାଜ୍ୟ ସଭାନେତ୍ରୀ ତଥା ରାଜ୍ୟର ସମଗ୍ର ବିଜେପି ମହିଳା ମୋର୍ଚ୍ଚା ସିନା ଅନୁଭବଙ୍କ ବିରୋଧରେ ଗର୍ଜ୍ଜୁଛନ୍ତି ବା ପ୍ରକୃତିଙ୍କ ଭାଷାରେ ଭୁକୁଛନ୍ତି। କିନ୍ତୁ, ଏଠି ଜାଣି ରଖିବା ଉଚିତ୍ ଏହି ପ୍ରକୃତି ମିଶ୍ର ଦିନେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷାଙ୍କ ସହିତ ପ୍ରଚାର ଗାଡ଼ିରେ ବସି ରୋଡ଼୍- ସୋ କରୁଥିଲେ। ଆଉ ଏଇ ପ୍ରକୃତି ମିଶ୍ରଙ୍କ ମା’ ଭୁବନେଶ୍ୱର ବିଜେପି ମହିଳା ମୋର୍ଚ୍ଚାର ଜଣେ ସକ୍ରିୟ ସଦସ୍ୟା। ଏଠି ଲୋକହସା ହେଉଛି କିଏ, ବିଚାର ଆପଣଙ୍କର। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.