Home Coronavirus Outbreak ପୁରୀ ସହରରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି

ପୁରୀ ସହରରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି

99

ପୁରୀ, ୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଗତକାଲି ଗୋଟିଏ ଦିନରେ ୪୩ ଜଣ ସେବାୟତ କୋଭିଡ୍ ଆକ୍ରାନ୍ତରେ ଚିହ୍ନଟ ହୋଇଥିବା ଜଣାଯାଇଛି। ଅଦ୍ୟାବଧି କୋଭିଡ୍ ଆକ୍ରାନ୍ତରେ ୫ଜଣ ସେବାୟତ ଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି। ସହରର ବିଭିନ୍ନ ଓାର୍ଡ ରେ ବର୍ତମାନ ପଜେଟିଭ ଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ପୁରୀ ପୌରାଂଚଳରୁ ୧୧୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଜିଲାରେ ୩୮୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୩୨ ଜଣ କୋଭିଡ୍ ପଜେଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଅନଲକ-୪ ବେଳେ କିଛି ଅମାନିଆ ସାମାଜିକ ଦୂରତା ନରଖିବା ଓ ମାସ୍କ ନପିନ୍ଧିବା ଦେଖାଯାଏ। ସହରରେ ବର୍ତମାନ ହୋଟେଲ, ଜଳଖିଆ ଦୋକାନ ଓ ପରିବା ବଜାର ଆଦି ଖୋଲାରହିଥିବା ବେଳେ ବିଭିନ୍ନ ଦୋକାନ ସମ୍ମୁଖରେ ସାମାଜିକ ଦୂରତା ରହୁନଥିବା ଦେଖାଯାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.