Home ଜିଲ୍ଲା ପରିକ୍ରମା ଏଆଇ ଓ ଡିଜିଟାଲ ଯୁଗରେ ପିଲାଙ୍କୁ ଆଗୁଆ କରିବ ଓଡ଼ିଶା ବିଦ୍ୟା ଏକାଡେମୀ,କମ୍ପ୍ୟୁଟର ଶିକ୍ଷାଠାରୁ ସରକାରୀ...

ଏଆଇ ଓ ଡିଜିଟାଲ ଯୁଗରେ ପିଲାଙ୍କୁ ଆଗୁଆ କରିବ ଓଡ଼ିଶା ବିଦ୍ୟା ଏକାଡେମୀ,କମ୍ପ୍ୟୁଟର ଶିକ୍ଷାଠାରୁ ସରକାରୀ ଚାକିରି ପ୍ରସ୍ତୁତି ପର୍ଯ୍ୟନ୍ତ ବିଭିନ୍ନ ସୁବିଧା

7

ଭଦ୍ରକ, ୧୧ା୯ – ଦିନକୁ ଦିନ ଦୁନିଆ ଡିଜିଟାଲ ଓ ଆଧୁନିକ ପ୍ରଯୁକ୍ତି ଆଡ଼କୁ ଆଗକୁ ବଢ଼ୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ମଧ୍ୟ କମ୍ପ୍ୟୁଟର, ଡିଜିଟାଲ ଟେକ୍ନୋଲୋଜି ଓ ଏଆଇର ଗୁରୁତ୍ୱ ବୃଦ୍ଧି ପାଇଛି। ଏହି ପରିବର୍ତିତ ଶିକ୍ଷା ବ୍ୟବସ୍ଥା ସହ ପିଲାମାନଙ୍କୁ ଆରମ୍ଭରୁ ପରିଚିତ କରାଇବା ଲକ୍ଷ୍ୟରେ ଓଡ଼ିଶା ବିଦ୍ୟା ଏକାଡେମୀ ପକ୍ଷରୁ ବିଭିନ୍ନ ଶିକ୍ଷା ଓ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯାଉଛି। ଏ ନେଇ ଏକାଡେମୀର ପ୍ରତିନିଧି ରଞ୍ଜନ କୁମାର ନାୟକ କହିଛନ୍ତି ଯେ, ଓଡ଼ିଶା ବିଦ୍ୟା ଏକାଡେମୀ ପୂର୍ବରୁ ୱୁମେନ୍ସ କଲେଜ ନିକଟରେ ଚାଲୁଥିଲା। ବର୍ତମାନ ଏହାର ନୂତନ ବ୍ରାଂଚ ରାଜଘାଟ ଛକ ନିକଟରେ, ସାଳନ୍ଦି ଗେଷ୍ଟ ହାଉସ୍ ପାଖରେ ଚାଲୁ ରହିଛି। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହିତ ଆଧୁନିକ ଡିଜିଟାଲ ଜ୍ଞାନ ହାସଲ କରିବାର ସୁଯୋଗ ମିଳୁଛି। ଏକାଡେମୀରେ କମ୍ପ୍ୟୁଟର କ୍ଲାସ୍ ସହିତ ପଂଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଟ୍ୟୁସନ୍ ପଢ଼ାଯାଉଛି। ଏଥିସହିତ ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀଙ୍କ ପାଇଁ ସରକାରୀ ଚାକିରି ପ୍ରସ୍ତୁତି ନିମନ୍ତେ ମଧ୍ୟ ପ୍ରଶିକ୍ଷଣ ଓ ମାର୍ଗଦର୍ଶନର ବ୍ୟବସ୍ଥା ରହିଛି। ବର୍ତମାନର ସମୟକୁ ଏଆଇ ଓ ଡିଜିଟାଲ ଯୁଗ ବୋଲି କୁହାଯାଉଥିବାରୁ ପିଲାମାନଙ୍କୁ ଛୋଟବେଳୁ ଏହି କ୍ଷେତ୍ର ସହ ପରିଚିତ କରାଇବା ଆବଶ୍ୟକ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି। ଆରମ୍ଭରୁ କମ୍ପ୍ୟୁଟର ଓ ଡିଜିଟାଲ ଜ୍ଞାନ ହାସଲ କଲେ ଭବିଷ୍ୟତରେ ଉଚ୍ଚଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଏହା ପିଲାମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ଏକାଡେମୀର ପ୍ରତିନିଧି ମତ ପ୍ରକାଶ କରିଛନ୍ତି।ବିଶେଷକରି ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଆରମ୍ଭରୁ ଡିଜିଟାଲ ଶିକ୍ଷା ଦିଗରେ ଆଗେଇ ନେବା ପାଇଁ ଅଭିଭାବକମାନଙ୍କୁ ଏକାଡେମୀ ପକ୍ଷରୁ ଆହ୍ୱାନ କରାଯାଇଛି। ଛୋଟ ବୟସରୁ ଆରମ୍ଭ କରି ଧୀରେ ଧୀରେ ବେସିକ୍‌?ରୁ ଆଡଭାନ୍ସ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯିବା ଫଳରେ ପିଲାମାନେ ଦଶମ ଶ୍ରେଣୀ ପରେ ଏବଂ ଗ୍ରାଜୁଏସନ୍ ସ୍ତରରେ ଅଧିକ ଉନ୍ନତ ପାଠ୍ୟକ୍ରମ ଶିଖିବାରେ ସହଜତା ଅନୁଭବ କରିପାରିବେ। ସ୍ମାର୍ଟ କ୍ଲାସ୍‌ରୁମ୍ ସହ ବିଭିନ୍ନ ସୁବିଧାଓଡ଼ିଶା ବିଦ୍ୟା ଏକାଡେମୀରେ ଆଧୁନିକ ଶିକ୍ଷା ପଦ୍ଧତିକୁ ଗୁରୁତ୍ୱ ଦିଆଯାଉଛି। ଏଠାରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଷ୍ଟଡି ମାଟେରିଆଲ୍‌, ବ୍ୟକ୍ତିଗତ ମାର୍ଗଦର୍ଶନ ଏବଂ ପାଠ୍ୟକ୍ରମ ଅନୁଯାୟୀ ବୁକ୍ ଯୋଗାଇ ଦିଆଯାଉଥିବା ଏକାଡେମୀ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ହେଉଥିବା ସନ୍ଦେହ ଦୂର କରିବା ଓ ଡାଉଟ୍ କ୍ଲିୟର କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ପିଲାମାନେ ନିଜର ଶିକ୍ଷାଗତ ଆବଶ୍ୟକତା ଅନୁସାରେ ଗାଇଡାନ୍ସ ପାଇପାରିବେ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିଭିନ୍ନ କୋର୍ସ ପାଇଁ ସାର୍ଟିଫିକେଟ୍ ସୁବିଧା ରହିଥିବା ଏକାଡେମୀ ପକ୍ଷରୁ କୁହାଯାଇଛି। ସାର୍ଟିଫିକେଟ୍‌ର ମାନ୍ୟତା ସମ୍ପର୍କରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ନାମଲେଖା ପୂର୍ବରୁ ସଂସ୍ଥାଠାରୁ ଆବଶ୍ୟକ ତଥ୍ୟ ନିଶ୍ଚିତ ଭାବେ ଜାଣିନେବାକୁ କୁହାଯାଇଛି। ଅଭିଭାବକଙ୍କୁ ଏକାଡେମୀ ପକ୍ଷରୁ ଆହ୍ୱାନ ଆଧୁନିକ ଯୁଗରେ ପିଲାଙ୍କ ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି କମ୍ପ୍ୟୁଟର ଓ ଡିଜିଟାଲ ଜ୍ଞାନ ସହିତ ଆଗକୁ ବଢ଼ିବା ଆବଶ୍ୟକ। ଏହି ଲକ୍ଷ୍ୟ ନେଇ ଓଡ଼ିଶା ବିଦ୍ୟା ଏକାଡେମୀ ପକ୍ଷରୁ ଶିକ୍ଷା ଓ ଡିଜିଟାଲ ଦକ୍ଷତା ବିକାଶକୁ ଏକାଠି କରିବାର ପ୍ରୟାସ କରାଯାଉଛି। ତେଣୁ ନିଜ ପିଲାଙ୍କୁ ଆଧୁନିକ ଶିକ୍ଷା ଓ କମ୍ପ୍ୟୁଟର ଜ୍ଞାନ ଦେବାକୁ ଇଚ୍ଛୁକ ଅଭିଭାବକମାନେ ଏକାଡେମୀର ନୂତନ ବ୍ରାଞ୍ଚକୁ ଆସି ବିଭିନ୍ନ କୋର୍ସ, ଶିକ୍ଷା ପଦ୍ଧତି, ଫି’ ଓ ସାର୍ଟିଫିକେଟ୍ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିପାରିବେ। ଠିକଣା: ରାଜଘାଟ ଛକ ନିକଟରେ, ସାଳନ୍ଦି ଗେଷ୍ଟ ହାଉସ୍ ପାଖରେ।
ଓଡ଼ିଶା ବିଦ୍ୟା ଏକାଡେମୀ ଶିକ୍ଷା ସହିତ ଡିଜିଟାଲ ଭବିଷ୍ୟତ ପାଇଁ ପ୍ରସ୍ତୁତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.