Home ଜିଲ୍ଲା ପରିକ୍ରମା ସୀମାନ୍ତ ମୋଟୁ ସେତୁ ଉଦଘାଟନ ଦାବିକରି ଅଚଂଳବାସୀ ଓ ରାଜନେତା ସେତୁ ଉପରେ ଧାରଣାଦେଲେ

ସୀମାନ୍ତ ମୋଟୁ ସେତୁ ଉଦଘାଟନ ଦାବିକରି ଅଚଂଳବାସୀ ଓ ରାଜନେତା ସେତୁ ଉପରେ ଧାରଣାଦେଲେ

98

ମାଲକାନଗିରି,୧୮ା୨(ଓଡିଆ ପୁଅ ) ଓଡିଶା,ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା,ଛତିଶଗଡ ୪ଟି ରାଜ୍ୟ କୁ ସିଧାସଳଖ ଭାବେ ସଡକପଥରେ ସଂଯୋଗ ନିମନ୍ତେ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ସିଲେରୁ ନଦୀ କାଲେରୁ ଠାରେ ଆନ୍ଦ୍ରସରକାରଙ୍କ ଦ୍ୱାରା ପ୍ରାୟ ଏକ ବର୍ଷହେଲା ନିର୍ମାଣ କାମ ସରିଯାଇଛି । ଏହି ସେତୁ ନିର୍ମାଣ କାମ ସରିଯାଇଥିଲେ ମଧ୍ୟ ତାହାକୁ ଓଡିଶା ସରକାର କି ଆନ୍ଦ୍ର ସରକାର କିଏ ଉଦଘାଟନ କରିବେ ସେନେଇ କିଛି ନିସ୍ପତି ନିଆ ଯାଇନଥିବାରୁ ଏହା ଉଦଘାଟିତ ହୋଇ ନଥିବାରୁ ସେତୁ ଉପରେ ଯାନବାହନ ଚଳାଚଳ କରିପାରୁନାହିଁ, ଏ ନେଇ ଆନ୍ଦ୍ର ଓଡିଶା ସରକାରଙ୍କୁ ଅଚଂଳବାସୀ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଦୁଇରାଜ୍ୟର ଜିଲ୍ଲାପ୍ରଶାସନ କିଛି ଗୁରୁତ୍ୱ ଦେଉନଥିବାରୁ ଆଜି ମାଲକାନଗିରି ଜିଲ୍ଲାର ବିଭିନ୍ନ ଦଳର ରାଜନୈତିକ ନେତା, ଲୋକପ୍ରତିନିଧି,ମୋଟୁ ଅଚଂଳବାସୀ,ଆନ୍ଦ୍ରପ୍ରଦେଶର କିଛି ବ୍ୟକ୍ତି ଓ ଶତାଧିକ ଜନସାଧାରଣ ଏହି ସେତୁ ଉପରେ ୧୨ଘଟିଂଆ ଧାରଣା ଦେଇ ତୁରନ୍ତ ସେତୁ ଉଦଘାଟନ କରି ଯାନବାହନ ଚଳାଚଳଆରମ୍ଭ କରିବା ପାଇଁ ଦାବିକରିଛନ୍ତି । ଏହି ସେତୁ ନିର୍ମାଣ ଶେଷ ହୋଇଥିବାରୁ ଓଡିଶା, ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା ,ଛତିଶଗଡରାଜ୍ୟ କୁ ସଡକ ପଥରେ ସିଧାସଳଖ ଭାବେ ସଂଯୋଗିକରଣ ହେବାସହିତ ବିଜୟାଓ୍ୟାର୍ଡା ରାଚିଂ ମାଓବାଦୀ କରିଡର ରାସ୍ତା କାମମଧ୍ୟ ତ୍ୱାରାନିତ ହୋଇପାରିବ । ଆନ୍ଦ୍ରପ୍ରେଦଶର ହାଇଦ୍ରାବାଦ,ଭଦ୍ରାଚଂଳମ, ସିମାଚଂଳମ,ବିଶାଖାପାଟଣା ସହର ନିକଟତର ହେବାସହିତ ୪ଟିରାଜ୍ୟର ବାଣିଜ୍ୟ କ୍ଷେତ୍ରରେ ଉନ୍ନତିଘଟିବ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.